Masthead

ହାଇୱେ ଉପରେ ଅବତରଣ କରିବ ଯୁଦ୍ଧ ବିମାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏଥର ହାଇୱେ ଉପରେ ଅବତରଣ କରିବ ଯୁଦ୍ଧ ବିମାନ । ଦେଶରେ ତିଆରି କରାଯାଉଛି ଏପରି ହାଇୱେ ଯେଉଁଠି ଯୁଦ୍ଧ ବିମାନ ଆରୋହଣ ସହ ଅବତରଣ କରିପାରିବ । ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ବିମାନ ଅବତରଣ କରିପାରିବ । ଏହା ଦ୍ୱାରା କୌଣସି ପଦଯାତ୍ରା କିମ୍ବା ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବ ନାହିଁ । ୨୮ଟି ସ୍ଥାନରେ ଏପରି ହାଇୱେ ନିର୍ମାଣ କରାଯାଉଛି । ଏହି ହାଇୱେ ଉପରେ ଏୟାର ଷ୍ଟ୍ରିପ୍ ନିର୍ମାଣ କରାଯିବ ଯେଉଁଠାରୁ ଯୁଦ୍ଧ ବିମାନ ଗୁଡିକ ଲ୍ୟାଣ୍ଡିଙ୍ଗ୍ ଓ ଟେକଅଫ୍ ମଧ୍ୟ କରିପାରିବ ।

ଏନେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ପ୍ରସ୍ତୁତି ଆରମ୍ଭ କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏଠାରେ ହାଇୱେ ଗୁଡିକ ଏୟାର ଷ୍ଟ୍ରିପ ପାଇଁ ଆବଶ୍ୟକ ଲମ୍ବ ଓ ଚଉଡା ଅନୁସାରେ ନିର୍ମାଣ କରାଯାଉଛି । ଯାହା ଫଳରେ ଆବଶ୍ୟକ ପଡିଲେ ଏଠାରେ ଯାନବାହାନ ଗମନାଗମନ ସହ ବାୟୁ ସେନାର ଯୁଦ୍ଧ ଜାହାଜ ଅବତରଣ ଓ ଆରୋହଣ କରିପାରିବ । ସୂଚନା ମୁତାବକ, ଯୁଦ୍ଧ ବିମାନ ଅବତରଣ କରିବା ସମୟରେ ହାଇୱେର ଦୁଇ ପାଶ୍ୱର୍କୁ ବନ୍ଦ କରିଦିଆଯିବା ସହ ଜରୁରୀ ସେଫ୍ଟି ପ୍ରୋଟୋକଲ ଉପରେ ବିଶେଷ ଧ୍ୟାନ ଦିଆଯିବ ।

ଏପରି ଦୁଇଟି ଷ୍ଟ୍ରିପ୍ ଆନ୍ଧ୍ରପ୍ରଦେଶ ପ୍ରସ୍ତୁତ ସରିଛି । ପଶ୍ଚିମବଙ୍ଗ ସମେତ ଜମ୍ମୁ-କାଶ୍ମୀର,ପଂଜାବ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜରାଟ, ତାମିଲନାଡୁ, ବିହାର, ଆସାମ, ଓଡିଶାରେ ଏପରି ଏୟାର ଷ୍ଟ୍ରିପ୍ ହାଇୱେ ନିର୍ମାଣ ହେବା ପାଇଁ ଟେଣ୍ଡର ହେବା ପରେ ଜମି ଅଧିଗ୍ରହଣ କରିବାର ଯୋଜନା ଆରମ୍ଭ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ