Masthead

ହାଇୱେ ଉପରେ ଅବତରଣ କରିବ ଯୁଦ୍ଧ ବିମାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏଥର ହାଇୱେ ଉପରେ ଅବତରଣ କରିବ ଯୁଦ୍ଧ ବିମାନ । ଦେଶରେ ତିଆରି କରାଯାଉଛି ଏପରି ହାଇୱେ ଯେଉଁଠି ଯୁଦ୍ଧ ବିମାନ ଆରୋହଣ ସହ ଅବତରଣ କରିପାରିବ । ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ବିମାନ ଅବତରଣ କରିପାରିବ । ଏହା ଦ୍ୱାରା କୌଣସି ପଦଯାତ୍ରା କିମ୍ବା ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବ ନାହିଁ । ୨୮ଟି ସ୍ଥାନରେ ଏପରି ହାଇୱେ ନିର୍ମାଣ କରାଯାଉଛି । ଏହି ହାଇୱେ ଉପରେ ଏୟାର ଷ୍ଟ୍ରିପ୍ ନିର୍ମାଣ କରାଯିବ ଯେଉଁଠାରୁ ଯୁଦ୍ଧ ବିମାନ ଗୁଡିକ ଲ୍ୟାଣ୍ଡିଙ୍ଗ୍ ଓ ଟେକଅଫ୍ ମଧ୍ୟ କରିପାରିବ ।

ଏନେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ପ୍ରସ୍ତୁତି ଆରମ୍ଭ କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏଠାରେ ହାଇୱେ ଗୁଡିକ ଏୟାର ଷ୍ଟ୍ରିପ ପାଇଁ ଆବଶ୍ୟକ ଲମ୍ବ ଓ ଚଉଡା ଅନୁସାରେ ନିର୍ମାଣ କରାଯାଉଛି । ଯାହା ଫଳରେ ଆବଶ୍ୟକ ପଡିଲେ ଏଠାରେ ଯାନବାହାନ ଗମନାଗମନ ସହ ବାୟୁ ସେନାର ଯୁଦ୍ଧ ଜାହାଜ ଅବତରଣ ଓ ଆରୋହଣ କରିପାରିବ । ସୂଚନା ମୁତାବକ, ଯୁଦ୍ଧ ବିମାନ ଅବତରଣ କରିବା ସମୟରେ ହାଇୱେର ଦୁଇ ପାଶ୍ୱର୍କୁ ବନ୍ଦ କରିଦିଆଯିବା ସହ ଜରୁରୀ ସେଫ୍ଟି ପ୍ରୋଟୋକଲ ଉପରେ ବିଶେଷ ଧ୍ୟାନ ଦିଆଯିବ ।

ଏପରି ଦୁଇଟି ଷ୍ଟ୍ରିପ୍ ଆନ୍ଧ୍ରପ୍ରଦେଶ ପ୍ରସ୍ତୁତ ସରିଛି । ପଶ୍ଚିମବଙ୍ଗ ସମେତ ଜମ୍ମୁ-କାଶ୍ମୀର,ପଂଜାବ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜରାଟ, ତାମିଲନାଡୁ, ବିହାର, ଆସାମ, ଓଡିଶାରେ ଏପରି ଏୟାର ଷ୍ଟ୍ରିପ୍ ହାଇୱେ ନିର୍ମାଣ ହେବା ପାଇଁ ଟେଣ୍ଡର ହେବା ପରେ ଜମି ଅଧିଗ୍ରହଣ କରିବାର ଯୋଜନା ଆରମ୍ଭ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ