Masthead

ଇରାନରୁ ଡ୍ରୋନ ଆଟାକ !

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶନିବାର ଭାରତୀୟ ତଟରେ ଆରବ ସାଗରରେ ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିଲା । ଜାହାଜରେ ବଡ଼ ଧରଣର ବିସ୍ଫୋରଣ ହେବା ପରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି । ଏହି ଜାହାଜର ଚାଳକ ଦଳରେ ୨୦ ଭାରତୀୟ ସାମିଲ ଥିଲେ । ସାଉଦି ଆରବରୁ ଭାରତ ଅଭିମୁଖେ ଆସୁଥିବା ଏହି ଜାହାଜ ଉପରେ ଡ୍ରୋନ ଆକ୍ରମଣ ଘଟଣା ପଛରେ ଇରାନର ହାତ ଥିବା କହିଛି ଆମେରିକା । ୟେମେନି ବିଦ୍ରୋହୀ ଗୋଷ୍ଠୀଙ୍କ ଦ୍ୱାରା ଏହି ଆକ୍ରମଣ କରାଯାଇଛି । ଏବଂ ଇରାନରୁ ଏହି ଡ୍ରୋନକୁ ଲଞ୍ଚ କରାଯାଇଥିବା ପେଣ୍ଟାଗନ କହିଛି ।

ଏହି ଡ୍ରୋନ ଆକ୍ରମଣ ପରେ ବିସ୍ଫୋରଣ ହେବା ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଗୁଜରାଟର ପୋର ବନ୍ଦର ଠାରୁ ୨୧୭ନଟିକାଲ ମାଇଲ ଦୂରରେ ଏହି ଘଟଣା ଘଟିଛି । ଜାହାଜଟି ଅଶୌଧିତ ତୈଳ ନେଇ ମାଙ୍ଗାଲୁରୁ ଅଭିମୁଖେ ଆସୁଥିଲା । ଡ୍ରୋନ ଆକ୍ରମଣରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରାଯାଇଛି ତେବେ ସଙ୍କଟରେ ଫସିଥିବା ଏହି ଜାହାଜକୁ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ତଟରକ୍ଷୀ ଜାହାଜ ଆଇସିଜିଏସ୍ ବିକ୍ରମ ଘଟଣାସ୍ଥଳରେ ପହଂଚିଥିଲା । ଏହା ସହ ଉକ୍ତ ଅଂଚଳରେ ସମସ୍ତ ଜାହାଜକୁ ସୁରକ୍ଷା ପ୍ରଦାନ କରିବା ପାଇଁ ହାଇଆଲାର୍ଟ ଜାରି କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ