Before Header

ଇରାନରୁ ଡ୍ରୋନ ଆଟାକ !

0 897

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶନିବାର ଭାରତୀୟ ତଟରେ ଆରବ ସାଗରରେ ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିଲା । ଜାହାଜରେ ବଡ଼ ଧରଣର ବିସ୍ଫୋରଣ ହେବା ପରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି । ଏହି ଜାହାଜର ଚାଳକ ଦଳରେ ୨୦ ଭାରତୀୟ ସାମିଲ ଥିଲେ । ସାଉଦି ଆରବରୁ ଭାରତ ଅଭିମୁଖେ ଆସୁଥିବା ଏହି ଜାହାଜ ଉପରେ ଡ୍ରୋନ ଆକ୍ରମଣ ଘଟଣା ପଛରେ ଇରାନର ହାତ ଥିବା କହିଛି ଆମେରିକା । ୟେମେନି ବିଦ୍ରୋହୀ ଗୋଷ୍ଠୀଙ୍କ ଦ୍ୱାରା ଏହି ଆକ୍ରମଣ କରାଯାଇଛି । ଏବଂ ଇରାନରୁ ଏହି ଡ୍ରୋନକୁ ଲଞ୍ଚ କରାଯାଇଥିବା ପେଣ୍ଟାଗନ କହିଛି ।

ଏହି ଡ୍ରୋନ ଆକ୍ରମଣ ପରେ ବିସ୍ଫୋରଣ ହେବା ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଗୁଜରାଟର ପୋର ବନ୍ଦର ଠାରୁ ୨୧୭ନଟିକାଲ ମାଇଲ ଦୂରରେ ଏହି ଘଟଣା ଘଟିଛି । ଜାହାଜଟି ଅଶୌଧିତ ତୈଳ ନେଇ ମାଙ୍ଗାଲୁରୁ ଅଭିମୁଖେ ଆସୁଥିଲା । ଡ୍ରୋନ ଆକ୍ରମଣରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରାଯାଇଛି ତେବେ ସଙ୍କଟରେ ଫସିଥିବା ଏହି ଜାହାଜକୁ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ତଟରକ୍ଷୀ ଜାହାଜ ଆଇସିଜିଏସ୍ ବିକ୍ରମ ଘଟଣାସ୍ଥଳରେ ପହଂଚିଥିଲା । ଏହା ସହ ଉକ୍ତ ଅଂଚଳରେ ସମସ୍ତ ଜାହାଜକୁ ସୁରକ୍ଷା ପ୍ରଦାନ କରିବା ପାଇଁ ହାଇଆଲାର୍ଟ ଜାରି କରାଯାଇଥିଲା ।

Leave A Reply

Your email address will not be published.