Masthead

ଆମେ କାହା ସହ ଡିଲ କରିନୁ , ଏକୁଟିଆ ଲଢିବୁ: ତାରା ବାହିନୀପତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଗୁଆ ନିର୍ବାଚନକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା ପରେ କଂଗ୍ରେସ ବିଧାୟକ ତାରା ବାହାନୀପତିଙ୍କ ସାଙ୍ଘାତିକ ବୟାନ । କହିଛନ୍ତି ବିଜେଡି ଓ ବିଜେପି ମଧ୍ୟରେ ଡିଲ ହୋଇଥିବାରୁ ଆଗୁଆ ନିର୍ବାଚନ କଥା ସେ କହୁଛନ୍ତି । ଏନେଇ ଦିଲ୍ଲୀରେ କଥାବାର୍ତ୍ତା ସରିଛି । ବିଜେପି ଯେଉଁଠି ଜିତିବାକୁ ଚାହିଁବ ବିଜେଡି ସେଠାରେ ଦୁର୍ବଳ ପ୍ରାର୍ଥୀ ଦେବ। ସେମାନେ ବିଜେଡି ସହ କଥାବାର୍ତ୍ତା ହୋଇଛନ୍ତି। ତୁରନ୍ତ ନିର୍ବାଚନ କଲେ ବିଜେଡି ଓ ବିଜେପି କେତେ ସିଟ ନେବେ ଭାଗବଣ୍ଟା କରି ମିଳିତ ସରକାର କରିବେ। ଫଳରେ ଓଡ଼ିଶାର ୨୧ ସାଂସଦ ନେଇ ପାରିବେ । ଏହା ସମ୍ପୂର୍ଣ୍ଣ ଭାବରେ ଡିଲ ହୋଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଡାଇରେକ୍ଟ ଏହା କହୁ ନାହାନ୍ତି ।

ସେ ପରୋକ୍ଷ ଭାବରେ କହୁଛନ୍ତି ବିଜେଡି ଓ ଆମର ଡିଲ ହୋଇ ଗଲାଣି, କିପରି ଆମେ ୨୧ ସିଟ ନେବା ପାଇଁ । ଆଉ ଉଭୟ ଦଳ ମିଶି କରି ସରକାର ଗଢ଼ିବୁ। ଏମିତି କି କେନ୍ଦ୍ର ଓ ରାଜ୍ୟ ପାଇଁ ତାଙ୍କର ଡିଲ ସରିଲାଣି। ଯଦି ଆଗୁଆ ନିର୍ବାଚନ କରିବେ ମିଶିକି ଲଢ଼ିବେ । ବିଜେପିକୁ କେନ୍ଦ୍ରରେ ୨୧ ଏମପି ଆବଶ୍ୟକ। ବିଜେଡିର ଯେତିକି ସାଂସଦ ଦିଲ୍ଲୀ ଯାଇଛନ୍ତି ସମସ୍ତେ ବିଜେପିକୁ ପ୍ରତେକ ବିଲରେ ସାହାଯ୍ୟ କରୁଛନ୍ତି। ତେଣୁ ରାଜ୍ୟରେ ବିଜେପି ଓ ବିଜେଡି ଲଢ଼େଇର ଡ୍ରାମା କରି ଖୁଚୁରା ଲଢେଇ କରୁଛନ୍ତି।ଭୋଟର ଏମାନଙ୍କୁ କେବେ ହେଲେ କ୍ଷମା ଦେବେ ନାହିଁ । ଯଦି ଆସନ୍ତାକାଲି ମଧ୍ୟ ନିର୍ବାଚନ ହୁଏ ତାହାଲେ କଂଗ୍ରେସ ଲଢେଇ ପାଇଁ ପ୍ରସ୍ତୁତ ଅଛି। ଆମେ କାହା ସହ ଡିଲ କରିନୁ। ଏକୁଟିଆ ଲଢ଼ିବୁ। ମେଣ୍ଟ ଇଣ୍ଡିଆ ପରେ ବିଜେଡି ଓ ବିଜେପି ଡିଲ କଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ