winter-in-odisha

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ କମିବ ଶୀତ, ବଢ଼ିବ ରାତି ତାପମାତ୍ରା । ପଶ୍ଚିମା ଝଡ଼ ପ୍ରଭାବରେ ଶୀତ କମିବା ସମ୍ଭାବନା । ୨୨ ଓ ୨୩ରେ ବଙ୍ଗୋପସାଗରରେ ଗୁରୁଚାପ ବଳୟର ସୃଷ୍ଟି ସମ୍ଭାବନା । ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବାରୁ ବଢ଼ିବ ତାପମାତ୍ରା । ଗୁରୁଚାପ ବଳୟ ହେତୁ ଘନକୁହୁଡ଼ି ସମ୍ଭାବନା ରହିଛି । ଏହାଫଳରେ ରାତି ତାପମାତ୍ରା ବଢ଼ିବ ଓ ଶୀତ କମିଯିବ ବୋଲି ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି । ୨୨ ଓ ୨୩ ତାରିଖ ଦୁଇ ଦିନ ଗୁରୁଚାପ ବଳୟର ପ୍ରଭାବ ରହିବ । ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା ବଢ଼ିଯିବ ।

ଏଥିପାଇଁ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ପଶ୍ଚିମା ଝଡ଼ର ପ୍ରଭାବ ରହିଲେ ଏଭଳି ସ୍ଥିତି ବଢ଼ିବ। ୨୧ ତାରିଖରୁ ଦେଶର ଉତ୍ତର ପଶ୍ଚିମ ଭାଗରେ ପଶ୍ଚିମା ଝଡ଼ର ପ୍ରଭାବ ରହିବା ସମ୍ଭାବନା ଥିବାରୁ ଓଡ଼ିଶାରେ ଶୀତର ପ୍ରକୋପ କମିବା ସହ କୁହୁଡ଼ିର ପ୍ରଭାବ ବଢ଼ିବ। ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଛି । ରବିବାର ରାତିରେ ୯ଟି ସହରରେ ପାରଦ ୧୦ ଡିଗ୍ରୀ ସେଲସିୟସ୍‌ ତଳେ ଥିଲା । ଜି ଉଦୟଗିରିରେ ପାରଦ ୪ ଡିଗ୍ରୀକୁ ଖସି ଆସିଥିଲା ।

ସିମିଳିଗୁଡ଼ାରେ ୪.୯ଡିଗ୍ରୀ, ଫୁଲବାଣୀରେ ୭, ରାଉରକେଲାରେ ୭.୨, ଝାରସୁଗୁଡ଼ାରେ ୭.୭, ଦାରିଙ୍ଗବାଡ଼ିରେ ୯, କିରେଇରେ ୯.୩, ଚିପିଲିମାରେ ୯.୮, ଭବାନୀପାଟଣାରେ ୯.୯, ସୁନ୍ଦରଗଡ଼ରେ ୧୦.୨, କେନ୍ଦୁଝରରେ ୧୦.୬, ବଲାଙ୍ଗିର ଓ କୋରାପୁଟରେ ୧୧, ସୋନପୁରରେ ୧୧.୬, ହୀରାକୁଦରେ ୧୧.୭ ଓ ରାୟଗଡ଼ାରେ ୧୨.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *