Masthead

ଜନତା ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଦେଇ ଜବାବ ଦେବେ: ମମତା ବାନାର୍ଜୀ

କୋଲକାତା (ବଡ଼ ଖବର ବ୍ୟୁରୋ): ୨୦୨୪ରେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଟକ୍କର ଦେବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ବିରୋଧୀ ମେଣ୍ଟ ‘ଇଣ୍ଡିଆନ୍ ନ୍ୟାଶନାଲ୍ ଡେଭେଲପ୍‌ମେଣ୍ଟାଲ୍ ଇନ୍‌କ୍ଲୁସିଭ୍ ଆଲାଏନ୍ସ(ଇଣ୍ଡିଆ)ଘୋଷଣା କରାଯାଇଛି। ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସେପଟେ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି ।

ବିରୋଧୀ ମିଳିତ ବୈଠକରେ ‘ଇଣ୍ଡିଆ’ ଗଠନ ହେବାର ଦିନକ ପରେ ମମତା ବିଜେପିକୁ ଟାର୍ଗେଟ୍ କରିଛନ୍ତି। ମମତା କହିଛନ୍ତି, ଯେଉଁମାନଙ୍କର କୌଣସି କାମ ନାହିଁ ସେମାନେ କେବଳ ହିଂସା କରନ୍ତି ଏବଂ ବିରୋଧ କରନ୍ତି। ଏହା ହେଉଛି ବିଜେପିର କାମ । କିନ୍ତୁ ଲୋକମାନେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଦେଇ ଏହାର ଜବାବ ଦେବେ। ‘ଇଣ୍ଡିଆ’ ନିର୍ବାଚନର ସମ୍ମୁଖୀନ ହେବ। ଗତକାଲି ଠାରୁ ବିଜେପି ଭୟରେ କମ୍ପୁଛି।

ଆଗାମୀ ନିର୍ବାଚନରେ ବିଜେପିକୁ ହରାଇବାକୁ ମଙ୍ଗଳବାର ବେଙ୍ଗାଲୁରୁରେ ବିରୋଧୀ ଦଳମାନଙ୍କର ବୈଠକ ବସିଥିଲା । ଏହି ବୈଠକରେ ୨୬ଟି ବିରୋଧୀ ଦଳର ନେତାମାନେ ଯୋଗ ଦେଇଥିଲେ । ପାଟଣାରେ ହେଇଥିବା ବୈଠକ ପରେ ଏହା ଥିଲା ବିରୋଧୀ ଦଳମାନଙ୍କର ଔପଚାରିକ ବୈଠକ । ତେବେ ଏହି ବୈଠକ ପରେ ୨୬ଟି ବିରୋଧୀ ଦଳ ଏକାଠି ହେଇ ମେଣ୍ଟ ଗଠନ କରିଛନ୍ତି । ଯାହାର ନାମ ରହିଛି ଇଣ୍ଡିଆ ଅର୍ଥାତ ଇଣ୍ଡିଆନ୍ ନ୍ୟାସନାଲ ଡେମୋକ୍ରାଟିକ୍ ଇନକ୍ଲୁସିଭ୍ ଆଲାଏନ୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ