Masthead

ରାଷ୍ଟ୍ରପତିଙ୍କ ପ୍ରୋଟକଲ ପାଇଁ ଯାଇଥିଲା ଜୀବନ, କ୍ଷମା ମାଗିଲା ପୋଲିସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାନପୁର ଗସ୍ତ ବେଳେ ଗାଡି ଚଳାଚଳ ବନ୍ଦ କଲଥିଲା ପୋଲିସ । ଟ୍ରାଫିକ ଜାମରେ ଅସୁସ୍ଥ ଜଣେ ମହିଳାଙ୍କ ମୃତ୍ୟୁ ଘଟଥିଲା । ତେବେ ମହିଳାଙ୍କ ମୃତ୍ୟୁ ପାଇଁ କ୍ଷମା ମାଗିଥିଲେ ଉତ୍ତରପ୍ରଦେଶର କାନପୁର ପୋଲିସ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଘର କାନପୁରକୁ ୩ ଦିନିଆ ଗସ୍ତରେ ଯାଇଥିଲେ । କାନପୁର ଆସିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିଲା । ରାଷ୍ଟ୍ରପତିଙ୍କ ଆଗମନକୁ ଦେଖି ଟ୍ରାଫିକ୍ ନିୟନ୍ତ୍ରଣ କରାଯାଇଥିଲା । ଲୋକମାନେ ଦୀର୍ଘ ସମୟ ଧରି ରାଷ୍ଟ୍ରପତିଙ୍କ ଯୋଗୁଁ ରାସ୍ତାରେ ଅଟକି ରହିଥିଲେ ।

ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଜଣେ ଗୁରୁତର ରୋଗୀ ହସ୍ପିଟାଲ ପହଂଚି ନପାରି ମୃତ୍ୟୁବରଣ କରିଥିଲେ । ବେଶ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ଶନିବାର ତାଙ୍କ ଅବସ୍ଥା ଅତି ଗୁରୁତର ହୋଇଯାଇଥିଲା । ପରିବାର ଲୋକ ତାଙ୍କୁ ଗାଡ଼ିରେ ହସ୍ପିଟାଲ ନେଇ ଯାଇଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ଯୋଗୁଁ ତାଙ୍କୁ ରାସ୍ତାରେ ବହୁ ସମୟ ଧରି ଅଟକି ରହିବାକୁ ପଡ଼ିଥିଲା । ହସ୍ପିଟାଲ ପହଂଚିବା ବେଳକୁ ବହୁତ ବିମ୍ବଳ ହୋଇସାରିଥିଲା । ସେତେବେଳେ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଏହି ଘଟଣାକୁ ନେଇ ପୁଲିସ ଦୁଃଖ ପ୍ରକାଶ କରିଥିବା ବେଳେ ୪ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ପୁଲିସ କମିଶନରଙ୍କ ସହ ଆଲୋଚନା କରିଥିଲେ ରାଷ୍ଟପତି ରାମନାଥ କୋବିନ୍ଦ । ଏମିତି କି ତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବାକୁ କହିଥିଲେ ରାଷ୍ଟପତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ