Masthead

ନାଗାର୍ଜୁନ ବେଶ ଲାଗି ପ୍ରସ୍ତୁତି ଆରମ୍ଭ

ପୁରୀ,(ବଡ଼ ଖବର ବ୍ୟୁରୋ): ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ । ଆଜିଠାରୁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । ଦୀର୍ଘ ୨୫ବର୍ଷ ପରେ ଏହି ଦୁର୍ଲଭ ବେଶରେ ସଜ୍ଜିତ ହେବେ ମହାପ୍ରଭୁ । ମସ୍ତକରେ ହାଣ୍ଡିଆ, ହାତରେ ଛୁରୀ,କଟାରୀ, ଶ୍ରୀମୁଖରେ ଲମ୍ବ ଦାଢି ଭଳି ଅନନ୍ୟ ଓ ଅପୁର୍ବ ନାଗାବେଶରେ ଦର୍ଶନ ଦେବେ ମହାପ୍ରଭୁ । ନଭେମ୍ବର ୨୭ତାରିଖରେ ଅନୁଷ୍ଠିତ ହେବ ଏହି ବେଶ । ଏ ବର୍ଷ ପଞ୍ଚୁକ ୫ଦିନ ବଦଳରେ ୬ଦିନ ପଡ଼ୁଥିବାରୁ ମହାପ୍ରଭୁଙ୍କ ନାଗାବେଶ ପାଇଁ ମାସକ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ଥୁତି । ଆଜି ବେଶ ଅନୁକୂଳ ଥିବାରୁ ସନ୍ତରା ପଟ, ସୋଲ ଓ ବେତ ଆଦିରେ ନାଗାର୍ଜୁନ ବେଶ ପାଇଁ ସରଞ୍ଜାମ ପ୍ରସ୍ଥୁତ କରାଯାଇଛି ।

୨୫ବର୍ଷ ପରେ ଏହି ଦୁର୍ଲଭ ବେଶ ହେଉଥିବାରୁ ଏହାକୁ ନେଇ ବେଶ ଭାବବିହ୍ୱଳ ହୋଇପଡ଼ିଛନ୍ତି ଶିଳ୍ପୀ । ଅନ୍ୟପଟେ କରୋନା କଟକଣା ପାଇଁ ମନ୍ଦିର ବନ୍ଦ ଥିବାରୁ ନାଗାର୍ଜୁନ ବେଶରେ ମହାପ୍ରଭୁଙ୍କୁ ଦର୍ଶନ ନ କରିପାରନ୍ତି ଭକ୍ତ । ଏନେଇ ସରକାର କିଛି ବ୍ୟବସ୍ଥା କରିବା ପାଇଁ ନିବେଦନ କରିଛନ୍ତ ଭକ୍ତ ଓ ଜଗନ୍ନାଥ ସଂସ୍କୃତିପ୍ରେମୀ । ଏହା ପୂର୍ବରୁ ୧୯୬୬,୧୯୬୭,୧୯୬୮, ୧୯୯୩ ଓ ୧୯୯୪ରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଅନୁଷ୍ଟିତ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା