Masthead

ପଶ୍ଚିମବଙ୍ଗ ହିଂସା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ରାୟ ଦେଇଛନ୍ତି କୋଲକାତା ହାଇକୋର୍ଟ । ମାମଲାର ଶୁଣାଣି କରି ହାଇକୋର୍ଟ ଏହି ମାମଲାର ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହତ୍ୟା, ଦୁଷ୍କର୍ମ ଓ ଅସ୍ୱାଭାବିକ ମୃତ୍ୟୁ ଭଳି ଗୁରୁତର ଅପରାଧ ଘଟାଇଥିବା ମାମଲାର ସିବିଆଇ ତଦନ୍ତ କରିବ ।

ଏହି ଘଯଣାକୁ ବାଦ ଦେଇ ଅନ୍ୟ ହିଂସାକାଣ୍ଡକୁ ମଧ୍ୟ ଏସଆଇଟିର ୩ଜଣିଆ ଟିମ ଯାଞ୍ଚ କରିବ । ଯେଉଁ ଟିମରେ କୋଲକାତା ପୋଲିସ କମିଶନର ସୌମେନ ମିତ୍ର ଓ ରାଜ୍ୟ ପୋଲିସ ନିର୍ଦ୍ଦେଶକ ସୁମନ ବାଲା ସାହୁ ରହିଛନ୍ତି । ଗୁରୁବାର କୋଲକାତା ହାଇକୋର୍ଟର ୫ଜଣିଆ ଖଣ୍ଡପୀଠ ଏହାର ଶୁଣାଣୀ କରିଥିଲେ ।

ତେବେ ମତଦାନ ପରେ ହୋଇଥିବା ହିଂସାକାଣ୍ଡରେ ପିଡ଼ୀତ ମାନଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ଆସନ୍ତା ୬ ସପ୍ତାହ ମଧ୍ୟରେ ସିବିଆଇ ଓ ଏସଆଇଟି ଟିମ ହିଂସାର ତଦନ୍ତ କରି ରିପୋର୍ଟ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଦାଖଲ ହେବା ପରେ ଅକ୍ଟୋବର ୨୪ରେ ହାଇକୋର୍ଟର ଏକ ଅଲଗା ବେଞ୍ଚ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା