ଶ୍ରୀଜିଉଙ୍କ ଆଶୀର୍ବାଦ ଭିକ୍ଷା କଲେ ବଲିଉଡ ଷ୍ଟାର ଗୋବିନ୍ଦା

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡ ଫିଲ୍ମ ଷ୍ଟାର ଗୋବିନ୍ଦା ଓ ତାଙ୍କ ଧର୍ମପତ୍ନୀ ସୁନୀତା । ରବିବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ଏହି ସ୍ୱାମୀ-ସ୍ତ୍ରୀ । ମହାପ୍ରଭୁଙ୍କୁ ଅତିନିକଟରୁ ଦେଖି ବିମୁଗ୍ଧ ହୋଇଯାଇଥିଲେ ଗୋବିନ୍ଦା ଓ ସୁନୀତା । ମହାପ୍ରଭୁଙ୍କ ଆଶୀର୍ବାଦରେ ତାଙ୍କୁ ଦୈବୀ କୃପା ମିଳିଛି ବୋଲି ଏହି ଦମ୍ପତି କହିଛନ୍ତି । ମହାପ୍ରଭୁଙ୍କ ଦର୍ଶଦ ସାରି ଗୋବିନ୍ଦା କହିଛନ୍ତି କିଛିଦିନ ହେବ ସେ ବନ୍ଧନଯୁକ୍ତ ହୋଇଯାଇଥିଲେ । ଆଜି ସବୁ ବନ୍ଧନରୁ ମୁକ୍ତ ହୋଇଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ରାଜନୀତିକୁ ସବୁଦିନ ଲାଗି ଅଲ୍ୱିଦା ଦେଇଥିବା କହିଛନ୍ତି ଗୋବିନ୍ଦା।

ତେବେ ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ଐତିହ୍ୟ କରିଡର ଭିତରେ ଫୋଟୋ ଉଠାଇ ଥିଲେ ବଲିଉଡ଼୍ ତାରକା ଗୋବିନ୍ଦା ଓ ତାଙ୍କ ସ୍ତ୍ରୀ ସୁନୀତା। ମହାପ୍ରଭୁଙ୍କ ଦର୍ଶନର ଏଭଳି ସୁଯୋଗ ବାରମ୍ବାର ଆସୁ ବୋଲି ମଧ୍ୟ ସେ କହିଛନ୍ତି । ଗୋବିନ୍ଦାଙ୍କୁ ଭିତରଚ୍ଛୁ ମହାପତ୍ର ଭବାନୀ ଶଙ୍କର ମହାପାତ୍ର ସ୍ୱାଗତ କରିବା ସହ ପୂଜାର୍ଚ୍ଚନା କରାଇ ଶ୍ରୀମହାପ୍ରଭୁଙ୍କ ଖଣ୍ଡୁଆ ପାଟ ପ୍ରଦାନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ