Masthead

ଶ୍ରୀଜିଉଙ୍କ ଆଶୀର୍ବାଦ ଭିକ୍ଷା କଲେ ବଲିଉଡ ଷ୍ଟାର ଗୋବିନ୍ଦା

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡ ଫିଲ୍ମ ଷ୍ଟାର ଗୋବିନ୍ଦା ଓ ତାଙ୍କ ଧର୍ମପତ୍ନୀ ସୁନୀତା । ରବିବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ଏହି ସ୍ୱାମୀ-ସ୍ତ୍ରୀ । ମହାପ୍ରଭୁଙ୍କୁ ଅତିନିକଟରୁ ଦେଖି ବିମୁଗ୍ଧ ହୋଇଯାଇଥିଲେ ଗୋବିନ୍ଦା ଓ ସୁନୀତା । ମହାପ୍ରଭୁଙ୍କ ଆଶୀର୍ବାଦରେ ତାଙ୍କୁ ଦୈବୀ କୃପା ମିଳିଛି ବୋଲି ଏହି ଦମ୍ପତି କହିଛନ୍ତି । ମହାପ୍ରଭୁଙ୍କ ଦର୍ଶଦ ସାରି ଗୋବିନ୍ଦା କହିଛନ୍ତି କିଛିଦିନ ହେବ ସେ ବନ୍ଧନଯୁକ୍ତ ହୋଇଯାଇଥିଲେ । ଆଜି ସବୁ ବନ୍ଧନରୁ ମୁକ୍ତ ହୋଇଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ରାଜନୀତିକୁ ସବୁଦିନ ଲାଗି ଅଲ୍ୱିଦା ଦେଇଥିବା କହିଛନ୍ତି ଗୋବିନ୍ଦା।

ତେବେ ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ଐତିହ୍ୟ କରିଡର ଭିତରେ ଫୋଟୋ ଉଠାଇ ଥିଲେ ବଲିଉଡ଼୍ ତାରକା ଗୋବିନ୍ଦା ଓ ତାଙ୍କ ସ୍ତ୍ରୀ ସୁନୀତା। ମହାପ୍ରଭୁଙ୍କ ଦର୍ଶନର ଏଭଳି ସୁଯୋଗ ବାରମ୍ବାର ଆସୁ ବୋଲି ମଧ୍ୟ ସେ କହିଛନ୍ତି । ଗୋବିନ୍ଦାଙ୍କୁ ଭିତରଚ୍ଛୁ ମହାପତ୍ର ଭବାନୀ ଶଙ୍କର ମହାପାତ୍ର ସ୍ୱାଗତ କରିବା ସହ ପୂଜାର୍ଚ୍ଚନା କରାଇ ଶ୍ରୀମହାପ୍ରଭୁଙ୍କ ଖଣ୍ଡୁଆ ପାଟ ପ୍ରଦାନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା