Masthead

ଡବଲ ଡୋଜ ନେଇଥିବା ଲୋକ ଲୋକାଲ ଟ୍ରେନରେ ଯାତ୍ରା କରିପାରିବେ

(ବଡ଼ ଖବର ବ୍ୟୁରୋ):   ମହାମାରୀ କରୋନା ପ୍ରକୋପ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ମହାରାଷ୍ଟ୍ର ସରକାର ସବୁ ଲୋକଙ୍କ ପାଇଁ ଲୋକାଲ ଟ୍ରେନର ଯାତ୍ରା ପାଇଁ ଅନୁମତି ଦେଇଛନ୍ତି । ତେବେ ଲୋକମାନେ କରୋନା ଟିକାର ୨ଟି ଯାକ ଡୋଜ ନେଇଥିଲେ ମୁମ୍ବାଇ ମେଟ୍ରୋଲ ପଲିଟାନ ରିଜନରେ ଲୋକାଲ ଟ୍ରେନର ସେବା ଉପଭୋଗ କରିପାରିବେ ।

ଏ ନେଇ ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି । ତେବେ ପୂର୍ବରୁ କେବଳ ଜରୁରୀ ଓ ସରକାରୀ ସେବାରେ ନିୟୋଜିତ ଲୋକଙ୍କୁ ମୁମ୍ବାଇର ଲୋକାଲ ଟ୍ରେନରେ ଯାତ୍ରା କରିବା ପାଇଁ ଅନୁମତି ମିଳୁଥିଲା । ହେଲେ ଏବେ ସାଧାରଣ ଲୋକ ବି ଟ୍ରେନରେ ଯିବା ଆସିବା କରିପାରିବେ । ସରକାର କହିଛନ୍ତି, ଟିକାର ଦୁଇଟି ଯାକ ଡୋଜ ନେବାର ୧୪ ଦିନ ପରେ ଯେକୌଣସି ଲୋକ ଲୋକାଲ ଟ୍ରେନରେ ଯାତ୍ରା କରିପାରିବେ ।

ସୂଚନା ଅନୁଯାୟୀ, ଅକ୍ଟୋବର ୨୮ରୁ ସେଣ୍ଟ୍ରାଲ ଓ ୱେଷ୍ଟର୍ଣ୍ଣ ରେଳବାଇ ପକ୍ଷରୁ ନିଜ ନିଜ ଟ୍ରାକରେ ଯଥାକ୍ରମେ ୧୭୭୪ ଓ ୧୩୬୭ଟି ଟ୍ରେନ ଚଳାଚଳ ଆରମ୍ଭ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି