Masthead

ବିଶ୍ବକପରୁ ୱେଷ୍ଟଇଣ୍ଡିଜ ବାଦ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦୁଇ ଦୁଇ ଥର ବିଶ୍ୱ ଚମ୍ପିଆନ ହୋଇଥିବା ୱେଷ୍ଟଇଣ୍ଡିଜ ଟିମକୁ ଲାଗିଛି ସବୁଠାରୁ ବଡ଼ ଝଟକା । ଏକଦା ଅନ୍ତର୍ଜାତୀୟ କ୍ରିକେଟ ଜଗତରେ ରାଜ କରୁଥିବା ଓ୍ବେଷ୍ଟଇଣ୍ଡିଜ ଦଳ ଆସନ୍ତା ବିଶ୍ବକପରୁ ବାଦ ପଡ଼ିଛି । ୧୯୭୫ ଓ ୧୯୭୯ରେ ୱେଷ୍ଟଇଣ୍ଡିଜ ଟିମ୍ ବିଶ୍ୱକପ୍ ଜିତିଥିବା ବେଳେ ୧୯୮୩ରେ ଫାଇନାଲରେ ପହଂଚିଥିଲା । କେବଳ ଦିନିକିଆ ନୁହେଁ ଟି-୨୦ ବିଶ୍ୱକପକୁ ମଧ୍ୟ ଦୁଇ ଥର ନିଜ ନାଁରେ କରିସାରିଛି ୱେଷ୍ଟଇଣ୍ଡିଜ ଟିମ । ଯଦି ବିଶ୍ୱକପ କଥା କହିବା ତେବେ ଅଷ୍ଟ୍ରେଲିଆ ପରେ ସବୁଠାରୁ ଅଧିକ ସଫଳ ହୋଇଥିବା ଟିମ୍ ହେଉଛି ୱେଷ୍ଟଇଣ୍ଡିଜ ।

କିନ୍ତୁ ଚଳିତ କିଛି ବର୍ଷ ଧରି ଲଗାତର ଖରାପ ପ୍ରଦର୍ଶନ କରିଆସୁଛି ଓ୍ବେଷ୍ଟଇଣ୍ଡିଜ ଦଳ । ଏମିତି କି ୨୦୨୩ ବିଶ୍ୱକପ ଖେଳିବା ପୂର୍ବରୁ ୱେଷ୍ଟଇଣ୍ଡିଜ ଦଳକୁ କ୍ୱାଲିଫାୟର ମ୍ୟାଚ ଖେଳିବାକୁ ପଡିଥିଲା । କିନ୍ତୁ କ୍ୱାଲିଫାୟରରେ ମଧ୍ୟ ଭଲ ପ୍ରଦର୍ଶନ କରିପାରି ନଥିଲା ଦଳ ।

ପ୍ରଥମେ ଜିମ୍ବାୱେ ଓ ପରେ ନେଦରଲ୍ୟାଣ୍ଡ ଠାରୁ ପରାଜିତ ହୋଇଥିଲା । ଏହାପରେ ବି ୱେଷ୍ଟଇଣ୍ଡିଜ ଟିମ୍ ସୁପର ସିକ୍ସରେ ସ୍ଥାନ ପାଇଥିଲା । ମାତ୍ର ସେଠାରେ ସ୍କଟଲ୍ୟାଣ୍ଡ ଠାରୁ ପରାଜିତ ହୋଇଥିଲା ଦଳ । ଆଇସିସିର ନିୟମ ମୁତାବକ ଏହି ପରାଜୟ ପରେ ୱେଷ୍ଟଇଣ୍ଡିଜ ଟିମ୍ ୨୦୨୩ ବିଶ୍ୱକପରୁ ବାଦ ପଡିଛି । ତେବେ ବିଶ୍ବକପ କ୍ରିକେଟରୁ ଓ୍ବେଷ୍ଟଇଣ୍ଡିଜ ବାଦ ପଡ଼ିବା ଖବର ସମଗ୍ର ବିଶ୍ବର କ୍ରିକେଟ ପ୍ରସଂଶକଙ୍କୁ ଚକିତ କରିଦେଇଛି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ