ବିହାରରେ ଥମୁନି ହିଂସା, ଗୁଳିରେ କମ୍ପିଲା ପହରାପୁର

ବିହାର (ବଡ଼ ଖବର ବ୍ୟୁରୋ):  ବିହାରରେ ଥମୁନି ହିଂସା । ସାସାରାମରେ ବୋମା ବିସ୍ଫୋରଣ । ୫ ଜଣ ଆହତ । ସାସାରାମ ଏବଂ ନାଲନ୍ଦାରେ ରାମ ନବମୀ ସମୟରେ ଆରମ୍ଭ ହୋଇଥିବା ହିଂସା ବନ୍ଦ ହେବାର ନାମ ନେଉନାହିଁ । ସଦ୍ୟତମ ହିଂସା ଘଟଣାରେ ସାସାରାମରେ ଏକ ବୋମା ବିସ୍ଫୋରଣ ଘଟଥିଲା, ଯେଉଁଥିରେ ୫ ଜଣ ଆହତ ହୋଇଥିଲେ । ଆଉ ଏବେ ନାଲନ୍ଦାର ବିହାର ଶରିଫର ପହରପୁରା ଅଞ୍ଚଳରେ ଶନିବାର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ପ୍ରାୟ ୧୨ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା । ଯେଉଁଥିପାଇଁ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ବିହାରଶରିଫରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଶଶାଙ୍କ ଶୁଭଙ୍କର କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଥିବାବେଳେ ୧୪୪ ଟି ବଳବତ୍ତର ରହିଛି । ପୁରା ସହରକୁ ପୋଲିସ୍ କ୍ୟାଣ୍ଟନମେଣ୍ଟରେ ପରିଣତ କରାଯାଇଛି । ରାପିଡ୍ ଆକ୍ସନ୍ ଫୋର୍ସ ମଧ୍ୟ ସହରରେ ପାଟ୍ରୋଲିଂ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’