Masthead

ଖୁବଶୀଘ୍ର ଉଡ଼ନ୍ତା କାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପେଟ୍ରୋଲ ବା ଡିଜେଲ କାର ପରେ ଏବେ ଇଲେକ୍ଟ୍ରିକ୍ କାରକୁ ବ୍ୟବହାର କରୁଛନ୍ତି ଲୋକେ । କିନ୍ତୁ ଆପଣ କେବେ ଶୁଣିଛନ୍ତି ରାସ୍ତାରେ ଚାଲୁଥିବା କାର ଏବେ ଆକଶରେ ମଧ୍ୟ ଉଡିବ । ଖୁବଶୀଘ୍ର ଉଡନ୍ତା କାରରେ ବସି ଆକାଶର ଚକ୍କର କାଟିବେ ଚାଳକ । ଯାହା ଉଭୟ ସ୍ଥଳ ଓ ଆକଶ ମାର୍ଗରେ ଚାଳିବ । ଏହି କାରକୁ ନିର୍ମାଣ କରିବାରେ ଆମେରିକା ହେଉଛି ପ୍ରଥମ ଦେଶ । ଏନେଇ ଆମେରିକା ସରକାର ଏନେଇ ମଂଜୁରୀ ଦେଇଛନ୍ତି । ଆମେରିକାର ଆଲେଫ ଏରୋନେଟିକ୍ସ ନାମକ ଏକ କମ୍ପାନି ଏହି କାରକୁ ତିଆରି କରୁଛି ।

ମଡେଲ-ଏ ନାମରେ ଏହି କାରକୁ ନିର୍ମାଣ କରାଯାଉଛି । ଆମେରିକାର ଫେଡେରାଲ ଏଭିଏସନ ଆଡମିନିଷ୍ଟ୍ରେସନ (ଏଫଏଏ) ପକ୍ଷରୁ ଏହି ଉଡ଼ନ୍ତା କାରକୁ ବାୟୁ ଯାନ ପ୍ରମାଣପତ୍ର ମିଳିଛି। ଆମେରିକାରେ ପ୍ରଥମ ଥର ପାଇଁ ଏଭଳି କାରକୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏପ୍ରକାର ସିଧାସଳଖ ଆକାଶକୁ ଉଠିବା ଏବଂ ଅବତରଣ କରିବା ବିଦ୍ୟୁତ ଯାନ ନୀତି ଉପରେ ଏଫଏଏ ସକ୍ରିୟତାର ସହ କାର୍ୟ୍ୟ କରୁଛି। ସେହିଭଳି ଏପ୍ରକାର ଗାଡ଼ି ଏବଂ ତଳେ ଥିବା ଭିତ୍ତିଭୂମି ମଧ୍ୟରେ ଯୋଗାଯୋଗ ସ୍ଥାପନ ନୀତି ଉପରେ କାର୍ୟ୍ୟ ଜାରି ରହିଛି ବୋଲି କମ୍ପାନି ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆଲେଫ ଏରୋନଟିକ୍ସ ୨୦୧୬ରେ ପ୍ରଥମ ପ୍ରୋଟୋଟାଇପ୍ କାର ନିର୍ମାଣ କରିଥିଲା। ମଡେଲ ଏ ନାମ ଦେଇଥିବା ଏହି କାରର ଯାତ୍ରା କରିବା କ୍ଷମତା ୨୦୦ ମାଇଲ ରହିଛି। ଏଥିରୁ ୧୧୦ ମାଇଲ ପର୍ୟ୍ୟନ୍ତ ଉଡ଼ି ପାରିବ। ଏହାର ମୂଲ୍ୟ ୩ ଲକ୍ଷ ଡଲାର ରଖାଯାଇଛି। କମ୍ପାନି ଏହା ମଧ୍ୟ କହିଛି ଯେ ୨୦୨୨ ଅକ୍ଟୋବରରେ ଏହି ଗାଡ଼ିର ବୁକିଂ ଆରମ୍ଭ ହୋଇଥିଲା। ବର୍ଷ ଶେଷ ସୁଦ୍ଧା ୪୪୦ରୁ ଅଧିକ ଗାଡ଼ିର ବୁକିଂ ହୋଇଛି। ତେବେ ମଡେଲ ଏ ର ଉତ୍ପାଦନ ୨୦୨୫ରେ ଆରମ୍ଭ ହେବାର ସମ୍ଭାବନା ରହିଛି। ଏହି ଉଡନ୍ତା କାର ମାର୍କେଟକୁ ଆସିଲା ପରେ ଅନ୍ୟକାର କମ୍ପାନି ଗୁଡ଼ିକ ଉପରେ କିପରି ପ୍ରଭାବ ପକାଇବ ତଥା ସାଧାରଣ ଲୋକେ ଏହାକୁ କେତେ ପସନ୍ଦ କରିବେ ତାହା ଦେଖିବା ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ