Masthead

ବିଶ୍ୱରେ ୯ଜଣଙ୍କ ମଧ୍ୟରୁ ଜଣେ ଭୋକିଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମିଳିତ ଜାତିସଂଘର ବିଶ୍ୱ ୱାର୍ଲଡ ଫୁଡ୍ ପ୍ରୋଗ୍ରାମକୁ ଚଳିତ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ମିଳିଛି । ୧୯୬୧ ପରଠାରୁ ଭୋକର ମୁକାବିଲା ପାଇଁ କାମ କରୁଥିବା ଏହି କାର୍ଯ୍ୟକ୍ରମ,ଶେଷରେ ୩୧୮ଜଣ ପ୍ରାର୍ଥୀଙ୍କୁ ପଛରେ ପକାଇ ଏହି ପୁରସ୍କାର ହାତେଇଛି । ନୋବେଲ ଶାନ୍ତି ପୁରସ୍କାର ଦୌଡରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ପରିବେଶ ପ୍ରେମୀ ଗ୍ରେଟା ଥନବର୍ଗ ମଧ୍ୟ ସାମିଲ ଥିଲେ ।

କ୍ଷୁଧା ମୁକାବିଲା ପାଇଁ ଉଦ୍ୟମ,ବିବାଦିତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଓ କ୍ଷୁଧାକୁ ରୋକିବା ପାଇଁ ଡବ୍ଲ୍ୟୁଏଫପି ଜବରଦସ୍ତ କାମ କରୁଅଛି ବୋଲି ନୋବେଲ କମିଟି ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି । ଅନ୍ୟପଟେ ଘୋଷଣା ପରେ ଡବ୍ଲ୍ୟୁଏଫପି କହିଛି,ଏହା ଆମ ପାଇଁ ଅତ୍ୟନ୍ତ ବିନମ୍ର । ଏହି ସଫଳତାର ଶ୍ରେୟ ସଂଗଠନର ସମସ୍ତ କର୍ମଚାରୀଙ୍କୁ ଦେଇଛି । କର୍ମଚାରୀମାନେ ପ୍ରତିଦିନ ୧୦ କୋଟିରୁ ଅଧିକ ଭୋକିଲା ଶିଶୁ, ମହିଳାଙ୍କୁ ଖାଦ୍ୟ ଏବଂ ସହାୟତା ଯୋଗାଇଥାନ୍ତି ।

୧୯୬୫ ମସିହାରେ ଡବ୍ଲ୍ୟୁଏଫପି ଜାତିସଂଘର ଏକ ଏଜେନ୍ସି ଭାବେ ସ୍ୱୀକୃତି ପାଇଥିଲା । ସମଗ୍ର ବିଶ୍ୱରୁ କ୍ଷୁଧା ଦୂର କରିବା ଏବଂ ଖାଦ୍ୟ ନିରାପତ୍ତା ଯୋଗାଇବା ଏହାର ଲକ୍ଷ୍ୟ । ୨୦୧୯ ସୁଦ୍ଧା ଏହି ସଂଗଠନ ୮୮ଟି ଦେଶରେ ୯୭ ମଲିୟନ ଲୋକଙ୍କୁ ସାହାଯ୍ୟ କରିଥିଲା । ଆଜିର ଦିନରେ ଏହି ସଂଗଠନ ବିଶ୍ୱର ବିଭିନ୍ନ ସ୍ଥାନକୁ ପ୍ରତିବର୍ଷ ୧୫ ବିଲିୟନରୁ ଅଧିକ ଖାଦ୍ୟ ବଣ୍ଟନ କରିଥାଏ । ୨୦୩୦ ସୁଦ୍ଧା ଖାଦ୍ୟ ନିରାପତ୍ତା ଏବଂ ଉନ୍ନତ ପୁଷ୍ଟିକର ଖାଦ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ଏହି ସଂଗଠନ । ବିଶ୍ୱରେ ୯ଜଣଙ୍କ ମଧ୍ୟରୁ ଜଣଙ୍କ ପାଖରେ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଖାଦ୍ୟ ନାହିଁ । କ୍ଷୁଧା ଏବଂ ଦାରିଦ୍ର୍ୟ ଦୂରିକରଣ ବ୍ୟତୀତ ବିବାଦିତ ଅଞ୍ଚଳର ବିକାଶ, ଜରୁରିକାଳୀନ ସହାୟତା, ଥଇଥାନ ଏବଂ ପୁନର୍ବାସ ପାଇଁ ଏହି ସଂଗଠନ ସହାୟତା ଯୋଗାଇଥାଏ । ଡବ୍ଲ୍ୟୁଏଫପି ୧୯୬୩ରୁ ଭାରତରେ ମଧ୍ୟାହ୍ନ ଭୋଜନ ଯୋଜନାରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ