ତିଗିରିଆରେ ATM ଭ୍ୟାନ୍‌ରୁ ଦେଢ଼ କୋଟି ଲୁଟ୍‌ ଘଟଣା, ୭ ଜଣ ଗିରଫ

କଟକ(ବଡ଼ ଖବର ବ୍ୟୁରୋ): ତିଗିରିଆରେ ଏଟିଏମ ଭ୍ୟାନ୍‌ରୁ ଦେଢ଼ କୋଟି ଲୁଟ୍‌ ଘଟଣା । ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କଲା କଟକ ଗ୍ରାମାଞ୍ଚଳ ପୋଲିସ । ଏମାନଙ୍କ ନିକଟରୁ ନଗଦ ୬୪ ଲକ୍ଷ ୪୫ ହଜାର ୪୦୦ ଟଙ୍କା ଜବତ କରିଛି ପୋଲିସ। ତେବେ ଲୁଟରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଜାରି। ଏଟିଏମ ଗାଡ଼ିର ୨ କର୍ମଚାରୀ ଲୁଟ୍‌ ଯୋଜନା କରି ସୁପାରି ଦେଇଥିଲେ ପ୍ରେସମିଟ୍‌ରେ ଗ୍ରାମାଞ୍ଚଳ ଏସ୍‌ପି ମିହିର କୁମାର ପଣ୍ଡାଙ୍କ ସୂଚନା ।

ଗତବର୍ଷ ନଭେମ୍ବରରେ ବନ୍ଧୁକ ମୁନରେ ଲୁଟ୍‌ କରିଥିଲେ ଦୁର୍ବୃତ୍ତ । କଟକ ଜିଲ୍ଲାର ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ପଥରେ କଡାକଡି ଚେକିଂ କରିଥିଲା ପୋଲିସ। ସବୁଠାରୁ ବଡ଼ କଥା ହେଲାକି ଲୁଟ ପାଇଁ ନକଲି ବନ୍ଧୁକ ବ୍ୟବହାର କରିଥିଲେ। ଏହା ସହ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଆବଶ୍ୟକ ପଡ଼ିଲେ ଗିରଫ ଲୁଟେରା ମାନଙ୍କୁ ମଧ୍ୟ ରିମାଣ୍ଡରେ ଅଣା ଯାଇପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!