Masthead

ଚର୍ଚ୍ଚାରେ ଲୋକ ସଭା ଏମପି ପପ୍ପୁ ଯାଦବ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚର୍ଚ୍ଚାରେ ଲୋକ ସଭା ଏମପି  ପପ୍ପୁ ଯାଦବ । ଶପଥ ନେବା ବେଳେ ସେ ଏମିତି କିଛି କହିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ଲୋକ ସଭା ଏମପି ଭାବେ ବିହାରର ପୁର୍ନିଆ ଆସନରୁ ନିର୍ବାଚିତ ପପ୍ପୁ ଯାଦବ ଶପଥ ନେଇଥିଲେ । ।ସେ ପ୍ରଣାମ ପୁର୍ନିଆ,ପ୍ରଣାମ ବିହାର, ସଲାମ ବିହାର, ଜୋହାର ବିହାର ସହ ନିଜର ଶପଥ ଆରମ୍ଭ କରିଥିଲେ। ପରେ ସେ ମୈଥିଲି ଭାଷାରେ ଶପଥ ନେଇଥିଲେ । ଶପଥ ନେବା ପରେ ପପ୍ପୁ ଯାଦବ ବିହାରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଏବଂ ଅନ୍ୟ ପ୍ରସଙ୍ଗ ଉଠାଇଥିଲେ।

ଏହାକୁ ଶୁଣି ଗୃହରେ ବସିଥିବା ଏମପିମାନେ ଆପତ୍ତି ଉଠାଇଥିଲେ। ଏହାପରେ ପପ୍ପୁ ଯାଦବ ରାଗି ଯାଇ ଏଭଳି କିଛି କହିଥିଲେ ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଥିଲେ ୬ ଥରର ଏମ୍‌ପି ହେଲଣି, ଆପଣ ମୋତେ ଶିଖାଇବେ । ତେବେ ପପ୍ପୁ ଯାଦବ ଶପଥ ଗ୍ରହଣ ସମୟରେ ReNEET ଦାବି କରିଥିଲେ। ସେହିଭଳି ସେ ଶପଥ ନେବା ପରେ – ବହୁତ ବହୁତ ଧନ୍ୟବାଦ ସହ ReNEET ବିହାର, ସ୍ବତନ୍ତ୍ର ରାଜ୍ୟ ମାନ୍ୟତା, ସୀମାଞ୍ଚଳ ଜିନ୍ଦାବାଦ, ମାନବତାବାଦ ଜିନ୍ଦାବାଦ, ଭୀମ ଜିନ୍ଦାବାଦ, ସମ୍ବିଧାନ ଜିନ୍ଦାବାଦ ବୋଲି ମଧ୍ୟ କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ