Masthead

ମନେ ପଡନ୍ତି ସୁଶାନ୍ତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠାରୁ ଠିକ୍ ବର୍ଷେ ତଳେ ଜୀବନ ହାରିଥିଲେ ସୁଶାନ୍ତ ସିଂ ରାଜପୁତ । ଆଜିର ଦିନରେ ସେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସାରା ଦେଶରେ ଖେଳିଯାଇଥିଲା ଶୋକର ଛାୟା । ଜଣେ ଅଭିନେତାଙ୍କ ଆତ୍ମହତ୍ୟା ଖବରକୁ କିନ୍ତୁ ଅତି ସହଜରେ ଗ୍ରହଣ କରିପାରିନଥିଲେ ଲୋକେ । ଅନେକ ଫିଲ୍ମରେ ଲୁଜର ସଂଜ୍ଞା ବୁଝାଉଥିବା ଅଭିନେତା ନିଜେ ହିଁ ଜୀବନ ଯୁଦ୍ଧରେ ହାରିଯାଇଥିଲେ । ଆଜି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପୂରିଲା ଏକ ବର୍ଷ । ସୁଶାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଆଜିର ଦିନଟି ଦୁର୍ଭାଗ୍ୟଜନକ ।

ସୋସିଆଲ ମିଡିଆରେ ଅଭିନେତାଙ୍କ ନାମରେ ହ୍ୟାସଟ୍ୟାଗ ସକାଳୁ ହିଁ ଟ୍ରେଣ୍ଡ କରୁଛି । ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟ୍ ପର୍ୟ୍ୟନ୍ତ ସେ ତାଙ୍କର ପ୍ରଥମ ମୃତ୍ୟୁ ବାର୍ଷିକୀରେ ତାଙ୍କୁ ମନେ ପକାଉଛନ୍ତି । ଆଜି ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀ । ଏହାର ଗୋଟିଏ ଦିନ ପୂର୍ବରୁ ତାଙ୍କ ଜୀବନ, ତାଙ୍କର ଅନନ୍ୟ ଯାତ୍ରା ଏବଂ ତାଙ୍କର ସମସ୍ତ ସଫଳତାକୁ ନେଇ ଏକ ୱେବସାଇଟ୍ ଆରମ୍ଭ ହୋଇଛି । ଏହି ୱେବସାଇଟ୍ କୁ www.ImmortalSushant.com ନାମ ଦିଆଯାଇଛି ଏବଂ ଏହା ସୁଶାନ୍ତଙ୍କ ପରିବାର ସଦସ୍ୟଙ୍କ ସହମତି ଏବଂ ସାହାଯ୍ୟରେ ଆରମ୍ଭ ହୋଇଛି । ଏହି ୱେବସାଇଟର ବିଶେଷତ୍ୱ ହେଉଛି ଯେ ଏଥିରେ ନା କେବଳ ଳୋକମାନଙ୍କୁ ସୁଶାନ୍ତଙ୍କ ଚଳଚ୍ଚିତ୍ର ଯାତ୍ରା ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବାକୁ ମିଳିବ ବରଂ ଚଳଚ୍ଚିତ୍ର ବ୍ୟତୀତ ତାଙ୍କର ସମସ୍ତ ରୁଚି, ତାଙ୍କର ସମସ୍ତ ଚେଷ୍ଟା, ସୁଶାନ୍ତଙ୍କ ସହ ଜଡିତ ଟ୍ରେଣ୍ଡ ଜାଣିବା, ସୁଶାନ୍ତଙ୍କ ଫଟୋ ଏବଂ ସାକ୍ଷାତକାର ଦେଖିବାକୁ ସୁଯୋଗ ମିଳିବ।

ଅଭିନେତାଙ୍କ ଆତ୍ମାର ଶାନ୍ତି ପାଇଁ ଅଙ୍କିତା ଲୋଖଣ୍ଡେ ତାଙ୍କ ଘରେ ହୋମ କରିଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ତାଙ୍କ ଘରେ ହୋମ କରିଛନ୍ତି। ଅନ୍ୟପଟେ ସୁଶାନ୍ତଙ୍କ ମୃତ୍ୟୁର ଗଭୀର ଆଘାତ ସବୁଠାରୁ ଅଧିକ ତାଙ୍କ ପରିବାରକୁ ଲାଗିଥିଲା । ସୁଶାନ୍ତଙ୍କ ମୃତ୍ୟୁ ହେବାର ଏକ ବର୍ଷ ବିତିଗଲାଣି କିନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ ଏବେ ବି ଜଟିଳ ରହିଛି। ତେଣୁ ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ ମନୋଜ ସିଂ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁବାର୍ଷିକିରେ ତାଙ୍କ ଫ୍ୟାନ୍ସ ମାନଙ୍କ ସମେତ ବଲିଉଡର ଅନେକ ସେଲିବ୍ରେଟି ତାଙ୍କୁ ମନେପକାଇଛନ୍ତି । ତାଙ୍କ ମୃତ୍ୟୁକୁ ବର୍ଷେ ପୁରିଥିଲେ ସେ ଆଜିବି ତାଙ୍କ ପ୍ରଶଂସକଙ୍କ ହୃଦୟରେ ଜୀବିତ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା