Masthead

ଯେବେ ଶ୍ରୀନଅର ଆଗରେ ଭେଟ ହୁଅନ୍ତି ଲକ୍ଷ୍ମୀ ନାରାୟଣ

ପୁରୀ(ବଡ଼ ଖବର ବ୍ୟୁରୋ): ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ବାହୁଡ଼ି ଆସିଛନ୍ତି ମହାବାହୁ । କିନ୍ତୁ ଆସିବା ସମୟରେ ବି ନାଟ ଲଗେଇ ଲୀଳା କରି କରି ଆସିଥାନ୍ତି ଜଗତ ଠାକୁର କାହିଁକି ନା ସେ ଲୀଳାମୟ । ତେବେ ବାହୁଡ଼ାଯାତ୍ରା ସମୟରେ ଦୁଇଟି ଜାଗାରେ ଅଟକିଥାଏ ନନ୍ଦିଘୋଷ । ଆଉ ଏହି ଯାତ୍ରାରେ ମାଉସୀ ପୁତୁରା ସ୍ନେହ, ଶ୍ରଦ୍ଧା ସହିତ ଦାମ୍ପତ୍ୟ ଜୀବନର କିଛି ଲୀଳା ବି ଦେଖିବାକୁ ମିଳେ । ତେବେ ଆସିବା ସମୟରେ ପ୍ରଥମ ଯାଗାରେ ନନ୍ଦିଘୋଷ ଅଟକି ଥାଏ ବଳଗଣ୍ଡି ଛକରେ କାରଣ ସେଠାରେ ଥାଏ ମାଉସୀ ମା’ ମନ୍ଦିର । ମାଉସୀ ମା’ ମନ୍ଦିରରେ ଭଗବାନ ଅଟକି ଥାଆନ୍ତି ପୋଡ଼ ପିଠା ଖାଇବାକୁ ।

ମାଉସୀ ହାତରନ୍ଧା ପୋଡ଼ ପିଠା ଖାଇବା ପରେ ପୁଣି ଆଗେଇ ଥାଏ ଜଗନ୍ନାଥଙ୍କ ରଥ । ଏହାକୁ ନେଇ ରହିଛି ଏକ ପୌରାଣିକ କଥା । ତ୍ରେତୟା ଯୁଗରେ କୈକେଇ ରାମଚନ୍ଦ୍ରଙ୍କୁ ବନବାସ ପଠାଇ ଅତ୍ୟନ୍ତ ଦୁଃଖରେ ଥିଲେ । ସେହି ସମୟରେ ଭଗବାନ ରାମଚନ୍ଦ୍ର କହିଥିଲେ ଆପଣଙ୍କ ପାଇଁ ମୁଁ ମର୍ଯ୍ୟାଦା ପୁରୁଷ ହୋଇ ପାରିଛି । କଳିଯୁଗରେ ମୁଁ ଜଗନ୍ନାଥ ରୂପରେ ଆସିବି ସେବେ ଆପଣ ମୋ ମାଉସୀ ମା’ ହୋଇ ରଥଯାତ୍ରାରୁ ଫେରିବା ସମୟରେ ପୋଡ଼ ପିଠା ଖୁଆଇବେ । ଯେଉଁଥିପାଇଁ ମାଉସୀ ମା’ ରୂପରେ କୈକେଇ ଶ୍ରୀଜଗନ୍ନାଥଙ୍କୁ ପୋଡ଼ପିଠା ଖୁଆଇ ଆସୁଛନ୍ତ।

ସେପଟେ ହେରାପଞ୍ଚମୀରେ ଅଭିମାନ କରିଥିବା ଅଭିମାନୀନି ଭଗବାନଙ୍କ ଆଗମନ କଥା ଶୁଣି ଚାଲି ଆସନ୍ତି ବଡ଼ ଦେଉଳରୁ କାଳିଆ ସାଆନ୍ତଙ୍କୁ ଟିକେ ଦେଖିବା ପାଇଁ । ଯେଉଁ କାରଣରୁ ଶ୍ରୀନଅର ପାଖରେ ପୁଣି ଅଟକି ଥାଏ ନନ୍ଦିଘୋଷ । ତେବେ ସ୍ୱାମୀ ଫେରୁଥିବାର ଖୁସି ସିନା ଥାଏ କିନ୍ତୁ, ସାଙ୍ଗରେ ନନେଇ ଜନ୍ମବେଦିକୁ ଚାଲିଯାଇଥିବାରୁ ଅଭିମାନ ମଧ୍ୟ ଥାଏ । ଆଉ ଏହି ଲକ୍ଷ୍ମୀନାରାୟଣ ଭେଟଘାଟରେ ଦାମ୍ପତ୍ୟ ଜୀବନର ଅନ୍ୟ ଏକ ଝଲକ ଦେଖିବାକୁ ମିଳେ ।

ବ୍ରହ୍ମାଣ୍ଡ ଠାକୁର ଓ ମାଆ ଲକ୍ଷ୍ମୀଙ୍କ ଭିତରେ ଥିବା ମନମାଳିନ୍ୟକୁ ନେଇ ମଧ୍ୟସ୍ଥତା କରନ୍ତି ଗଜପତି ମହାରାଜା । ଏହାପରେ ଜଗତ ଠାକୁରାଣୀ ମାଆ ଲକ୍ଷ୍ମୀ ପୁଣି ଫେରି ଯାଆନ୍ତି ଶ୍ରୀନଅର ମଧ୍ୟକୁ । ନନ୍ଦିଘୋଷ ଆସି ରୁହେ ବଡ଼ଦାଣ୍ଡରେ । ଏହାପରେ ପୁଣି ଦାମ୍ପତ୍ୟ ଜୀବନର ଆଉ ଏକ ରୋମାଞ୍ଚକର କାହାଣୀ ଦେଖିବାକୁ ମିଳେ ନିଳାଦ୍ରୀ ବିଜେ ସମୟରେ । ଯେଉଁଥିରେ ମାଆଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରି ଶ୍ରୀମନ୍ଦିରରେ ପ୍ରବେଶ କରନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା