Masthead

କେବେ ଖୋଲିବ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର?

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): କେବେ ଖୋଲିବ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର? ହାଇକୋର୍ଟଙ୍କ ଜବାବ ତଲବ ପରେ ଏ ନେଇ ଚର୍ଚ୍ଚା ପୁଣି ବଢିଛି । ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଦଳୀୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ପ୍ରେସମିଟ କରି କରି ୧୯୭୮ରେ ରତ୍ନଭଣ୍ଡାର ଖୋଲିବା ବେଳେ ସେଥିରେ କେତେ କଣ ସମ୍ପତି ଥିଲା ତାହାର ତାଲିକା ରଖିଛନ୍ତି । ଏହି ତଥ୍ୟ ଆଧାରରେ କାହିଁକି ରତ୍ନଭଣ୍ଡାର ଖୋଲି ସମ୍ପତି ମେଳ କରାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଏସଆଇ ରିପୋର୍ଟ ଦେଇଛି ରତ୍ନଭଣ୍ଡାରର ମରାମତି ଦରକାର । ଏଥିପାଇଁ ରତ୍ନଭଣ୍ଡାର ଖୋଲିବାକୁ ହେବ । କିନ୍ତୁ ସରକାର କାହିଁକି ଏ ଦିଗରେ ପଦକ୍ଷେପ ନେଉନାହାନ୍ତି, ତାହା ଅଅନେକ ସନ୍ଦେହ ସୃଷ୍ଟି କରୁଚି ବୋଲି ସେ କହିଛନ୍ତି ।

ବିଜେପିର ସମାଲୋଚନା ପରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ସ୍ଥାୟୀ ନିଯୁକ୍ତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଆଗକୁ ସବୁ ଠିକ୍ ଚାଲିବ ବୋଲି ସେ କହିଛନ୍ତି । ରତ୍ନଭଣ୍ଡାର ପ୍ରଶ୍ନରେ ସେ କହିଛନ୍ତି, ଏ ସଂପର୍କରେ ବିଚାରବିମର୍ଶ ଚାଲିଛି ।  ସେପଟେ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସତ୍ୟପାଠ ସଂପର୍କରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ଥିଲା । କିନ୍ତୁ ସରକାର ଉତର ରଖିବାକୁ ଆଉ ସପ୍ତାହେ ସମୟ ଦେବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା