Masthead

ଅଭିଯୋଗ ଚାପିବାକୁ ଥୋପ କି ?

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ଶ୍ରମମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ, ଶ୍ରମବିଭାଗରେ ଅଭିଯୋଗକାରିଣୀଙ୍କୁ ନିଯୁକ୍ତି । ଅଭିଯୋଗ ଚାପିବାକୁ ଥୋପ କି ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା । ସେପଟେ ବଡ଼ ଖବରରେ ଏକ୍ସକ୍ଲୁସିଭ ପ୍ରତିକ୍ରିୟା ରଖିଛନ୍ତି ସଂଯୁକ୍ତା । ଶ୍ରମ ମନ୍ତ୍ରୀଙ୍କ ନାଁରେ ସଂଗୀନ ଅଭିଯୋଗ । ଆଉ ଶ୍ରମ ବିଭାଗ ଦେଲା ନିଯୁକ୍ତି । ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କ ଅଭିଯୋଗର ଆସିଛି ନୂଆମୋଡ଼ । ଶ୍ରୀକାନ୍ତଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ସତ୍ୱେ ତାଙ୍କ ମନ୍ତ୍ରୀପଦ ଯାଇନାହିଁ । କିମ୍ବା ପୋଲିସ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ । ଏହାରି ଭିତରେ ସଂଯୁକ୍ତାଙ୍କ ପାଇଁ ନିଯୁକ୍ତି ପତ୍ର ବାହାର କରିଛି ଶ୍ରମ ବିଭାଗ । ଶ୍ରମ ବିଭାଗ ପକ୍ଷରୁ ଗତ ୨୮ ରେ ପ୍ରକାଶିତ ବିଜ୍ଞପ୍ତିରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ସଦସ୍ୟ ଭାବେ ସଞ୍ଜୁକ୍ତାଙ୍କୁ ନିଯୁକ୍ତି ଦିଆଯାଇଥିବା କୁହାଯାଇଛି । ଗୋଟିଏ ପଟେ ଶ୍ରମ ମନ୍ତ୍ରୀଙ୍କ ବିରୋଧରେ ସଂଯୁକ୍ତାଙ୍କ ଅଭିଯୋଗ ଅନ୍ୟପଟେ ସେହି ବିଭାଗ ସଂଯୁକ୍ତାଙ୍କୁ ନିଯୁକ୍ତି ଦେବାର ଉଦେ୍ଦଶ୍ୟକୁ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି ।
ଏହି ପ୍ରସଙ୍ଗ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳ ଶ୍ରମ ଦିସବରେ ବିଭିନ୍ନ କାମର୍ଯ୍ୟକ୍ରମ ନେଇ ମିଡ଼ିଆକୁ ଆସିଥିଲେ ଶ୍ରମ ମନ୍ତ୍ରୀ । କିନ୍ତୁ ପ୍ରଶ୍ନ ଯେତେବବେଳ ସଂଯୁକ୍ତାକୁ ନେଇ ହୋଇଥିଲା କେମିତି ଆଡ଼େଇ ଗଲେ ସେ ଚିତ୍ର ବି ଦେଖି ନିଅନ୍ତୁ । ନିଯୁକ୍ତି ଥୋପ ପରେ ବି ଥମିନି ସଂଯୁକ୍ତାଙ୍କ ସ୍ୱର । ସେପଟେ ଶ୍ରୀକାନ୍ତଙ୍କ ବିରୋଧରେ ଆକ୍ସନ ନାହିଁ କିମ୍ବା ଅଭିଯୋଗ ସତ କି ମିଛ ତାହା ବି ସାମ୍ନାକୁ ଆସିନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ