Masthead

ମ୍ୟାଲେରିଆ ଟିକାକୁ ଡବ୍ଲ୍ୟୁଏଚଓର ମଞ୍ଜୁରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମ୍ୟାଲେରିଆ ନିରାକରଣ ପାଇଁ ପ୍ରସ୍ତୁତ ପ୍ରଥମ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି । ମ୍ୟାଲେରିଆ ବିରୋଧୀ ଲଢ଼େଇରେ ଏହା ଏକ ଐତିହାସିକ ସଫଳତା ବୋଲି ଡବ୍ଲ୍ୟୁଏଚଓ ମହାନିର୍ଦ୍ଦେଶକ କହିଛନ୍ତି । ଆଫ୍ରିକା ମହାଦେଶର ସମସ୍ତ ପିଲାଙ୍କୁ ବିଶ୍ୱର ଏହି ପ୍ରଥମ ମ୍ୟାଲେରିଆ ଟିକା ଦିଆଯିବା ଆବଶ୍ୟକ ବୋଲି ଡବ୍ଲ୍ୟୁଏଚଓ ସୁପାରିସ କରିଛି । ଏହି ଟିକା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି । ମ୍ୟାଲେରିଆରେ ପ୍ରତିବର୍ଷ ୪ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି ।

ସେଥିରୁ ୨,୬୦,୦୦୦ ହେଉଛନ୍ତି ୫ ବର୍ଷରୁ କମ ବୟସର ପିଲା । ମୁଖ୍ୟତଃ ଆଫ୍ରିକା ମହାଦେଶରେ ଏହି ରୋଗ ବେଶି ଦେଖାଦେଇଥାଏ । ଏହି ଟିକା ପିଲାଙ୍କଠାରେ ୫ ଟି ମାରାତ୍ମକ ମ୍ୟାଲେରିଆ ସୃଷ୍ଟିକାରୀ ଭୂତାଣୁ ବିରୋଧରେ ପ୍ରତିରୋଧେକ ଶକ୍ତି ବୃଦ୍ଧି କରିବ । ଏହା କେବଳ ମ୍ୟାଲେରିଆ ପାଇଁ ନୁହେଁ ଯେକୌଣସି ପରଜୀବୀ ଜନିତରୋଗ ବିରୋଧରେ ପ୍ରଥମ ଭାକ୍ସିନ। ମ୍ୟାଲେରିଆ ମୃତ୍ୟୁର ପାଖାପାଖି ୫୦ ପ୍ରତିଶତ ଗୁରୁତର ମାମଲା ହୋଇଥିବାରୁ ମୃତ୍ୟୁହାର କମାଇବାରେ ଏହା ଫଳପ୍ରଦ ହେବ ବୋଲି ଡବ୍ଲ୍ୟୁଏଚଓ ସ୍ପଷ୍ଟ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ