୧୧ ଟି ୱାର୍ଡରେ ବିଜେଡି ବିଜୟୀ

ଅତାବିରା (ବଡ଼ ଖବର ବ୍ୟୁରୋ): ଅତାବିରା କାହାର ହେବ, ସେନେଇ ଅଙ୍କକଷାରେ ପଡ଼ିଛି ପୂର୍ଣ୍ଣଛେଦ । ଆଜି ବରଗଡ଼ ଜିଲ୍ଲା ଅତାବିରା ଏନ୍‌ଏସି ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ନଗରପାଳ ସହ ୧୧ଟି କାଉନସିଲର ପଦବୀ ବିଜେଡି ପୋଛି ନେଇଛି । କେବଳ ୧ନମ୍ବର ୱାର୍ଡରେ କଂଗ୍ରେସର ଦୀପକ ରାୟ ବିଜୟୀ ହୋଇଛନ୍ତି । ତାଙ୍କ ନିକଟତମ ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ମିଶ୍ରଙ୍କୁ ୧୮ଟି ଭୋଟରେ ହରାଇ କଂଗ୍ରେସର ଦୀପକ ରାୟ ଦଳର ସମ୍ମାନ ରଖିଛନ୍ତି ।

ସେପଟେ ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା । ସକାଳ ୮ଟାରୁ ୪ଟି ଟେବୁଲରେ ଚାରି ରାଉଣ୍ତ ଗଣତି ହୋଇ ସକାଳ ୧୦ଟାରେ ଫଳାଫଳ ଆସିଥିଲା । ଉଭୟ ଅଧ୍ୟକ୍ଷ ଓ କାଉନସିଲର ପାଇଁ ଦୁଇଟି ଟେବୁଲ୍‌ରେ ଦୁଇ ରାଉଣ୍ଡ ଲେଖାଏଁ ଗଣତି ପରେ ଫଳାଫଳ ଘୋଷଣା ହୋଇଥିଲା । ଫଳାଫଳ ଆସିବା ପରେ ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ବିଜୟ ଉଲ୍ଲାସ ମନାଉଛି । ଫଳାଫଳ ବାହାରିଥିବା ବ୍ଲକ ଅଫିସ ସାମ୍ନାରୁ ଦୁର୍ଗା ମନ୍ଦିର ଯାଏଁ ବିଜୟ ଉଲ୍ଲାସ ରାଲି କରୁଛି ବିଜେଡି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ