Masthead

ସମର୍ଥକ ସବୁ ବିରୋଧ ପାଲଟିଗଲେ: ସମ୍ବିତ ରାଉତରାୟ

ପାରାଦୀପ(ବଡ଼ ଖବର ବ୍ୟୁରୋ): ପାରାଦୀପରେ କାହାକୁ ମିଳିବ ଟିକେଟ? ଟିକେଟକୁ ନେଇ ଲାଗିରହିଛି ଦ୍ୱନ୍ଦ୍ୱ । ସମ୍ବିତ ରାଉତରାୟଙ୍କ ଟିକେଟ କଟିବା ସମ୍ଭାବନା । ବାପି ସର୍ଖେଲ ବିଜେଡିରେ ମିଶିବା ପରେ ବଢିଲା ଦ୍ୱନ୍ଦ୍ୱ । ଟିକେଟ ଦ୍ୱନ୍ଦ୍ୱ ଭିତରେ ଭାବବିହ୍ୱଳ ହେଲେ ସମ୍ବିତ । କହିଲେ ସମର୍ଥକ ସବୁ ବିରୋଧ ପାଲଟିଗଲେ । ବାପା ଯାହାକୁ ରାଜନୀତିକୁ ଆଣିଥିଲେ ସେମାନେ ବିରୋଧରେ କହୁଛନ୍ତି । ଗତକାଲି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ କୁଜଙ୍ଗ ଷଣ୍ଢପୁରରେ ଏକ ସାଙ୍ଗଠନିକ ବୈଠକ ଡକାଇଥିଲେ । ବୈଠକରେ ବିଧାୟକ ଙ୍କ ଭାବପୂର୍ଣ୍ଣ ଭାଷଣ କର୍ମୀଙ୍କୁ ଭାବବିହ୍ୱଳ କରିଛି। ମୋ ବାପା ସ୍ୱର୍ଗତ ଡାକ୍ତର ଦାମୋଦର ରାଉତ ଯେଉଁମାନଙ୍କୁ ରାଜନୀତିକୁ ଆଣିଥିଲେ, ସେହିମାନେ ତାଙ୍କର ମୃତ୍ୟୁର ଦୁଇଦିନ ପରେ ତାଙ୍କୁ ସମାଲୋଚନା କରୁଛନ୍ତି।

ଯାହା ମୋତେ ବହୁତ ବାଧିଛି ବୋଲି କହିବା ସହିତ ନିଜ କୋହ ସମ୍ଭାଳି ପାରିନଥିଲେ ସମ୍ବିତ। ମୁଁ କେଉଁ ପ୍ରକାରର ଅଯୋଗ୍ୟ ଏବଂ ମୁଁ କଣ ଭୁଲ କରିଛି ମୋତେ କୁହନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ। ଆଜିର ସାଗଠନିକ ବୈଠକ ରେ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟ ମଧ୍ୟ ଯୋଗ ଦେଇ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଆମେ ପ୍ରଚେଷ୍ଟା କରିବୁ, ସେଥିପାଇଁ ମୁଁ ଏହି କର୍ମୀ ସମ୍ମିଳନୀରେ ଯୋଗଦେଇଛି। ଟିକେଟ କଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ବୋଲି ପ୍ରକାଶ କରିଛନ୍ତି। ସେପଟେ ପାରାଦୀପ ବିଜେଡିର ଏକ ଗୋଷ୍ଠୀ ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ କରି ବିଧାୟକଙ୍କୁ ବିରୋଧ କରୁଛନ୍ତି। ଏପରିକି ସ୍ୱର୍ଗତ ଡାକ୍ତର ଦାମୋଦର ରାଉତଙ୍କ ପରିବାରରୁ ଯଦି କାହାରିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଟିକେଟ ଦିଅନ୍ତି , ତେବେ ଆମେ ଅନ୍ୟ ବାଟ ଦେଖିବୁ ବୋଲି କଡା ଚେତାବନୀ ଦେଇଛନ୍ତି। ଯାହାକୁ ନେଇ ବିଧାୟକ ଗୋଷ୍ଠୀ ଓ ବିଜେଡିର ବିରୋଧୀ ଗୋଷ୍ଠୀ ମଧ୍ୟରେ ଏକ ପ୍ରକାର ଛକା ପଞ୍ଝା ଲାଗିରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ