୫ ଦଫା ଦାବି ନେଇ ବନକର୍ମଚାରୀଙ୍କ ଆନ୍ଦୋଳନ

କରଞ୍ଜିଆ (ବଡ଼ ଖବର ବ୍ୟୁରୋ): ମେ’ ୨୪ରେ ବନରକ୍ଷୀ ବିମଳ ଜେନା ଓ ଜୁନ୍ ୧୬ ରାତିରେ ଡେପୁଟି ରେଞ୍ଜର ମାଥି ହାଁସଦାଙ୍କୁ ଗୁଳିକରି ହତ୍ୟା ପରେ ବନ କର୍ମଚାରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରତିବାଦରେ ଓଡିଶା ଅଣଗେଜେଟେଡ୍ ବନସେବା ସଂଘ ପକ୍ଷରୁ ସୋମବାରଠାରୁ ଆନ୍ଦୋଳନ ଡାକରା ଦିଆଯାଇଛି। ରାଜ୍ୟ ସରକାର ଓ ବନ ବିଭାଗର ଅବହେଳା ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇବେ ବନକର୍ମଚାରୀ । ୫ ଦଫା ଦାବି ନେଇ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି ଅଣଗେଜେଟେଡ୍ ବନସେବା ସଂଘ ।

୨୦୦୯ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ଗଠନ, ୱେଲଫେୟାର ଫଣ୍ଡ ଗଠନ, ସର୍କଲ ରିଅର୍ଗାନାଇଜେସନ ଗଠନ, ରେଞ୍ଜ ସେକ୍ସନ, ବିଟ୍ ରିଜନ ଗଠନ, ତେଲେଙ୍ଗାନା ସରକାର ଭଳି ଏକ୍ସ ଗ୍ରାସିଆ ପ୍ରଦାନ କରିବାକୁ ଦାବି ରଖିଛନ୍ତି ବନ କର୍ମଚାରୀ । ଏଥିସହ ବନକର୍ମଚାରୀଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ନଦେଲେ ସେମାନେ ଜଙ୍ଗଲ ଜଗିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଆଜିଠାରୁ ଜୁଲାଇ ୮ ତାରିଖ ଯାଏଁ ସଂଘ ରାଜ୍ୟବ୍ୟାପୀ ପ୍ରତିବାଦ କରିବ । ଯଦି ରାଜ୍ୟ ସରକାର ୫ ଦଫା ଦାବି ପୂରଣ ନ କରନ୍ତି, ତେବେ ଜୁଲାଇ ୧୦ରୁ ସମସ୍ତ ଅଣଗେଜେଟେଡ୍ ବନ କର୍ମଚାରୀମାନେ ସମ୍ପୂର୍ଣ୍ଣ କାର୍ୟ୍ୟ ବନ୍ଦ କରି ଭୁବନେଶ୍ୱରରେ ଆନ୍ଦୋଳନ କରିବେ ବୋଲି ସଂଘ ପକ୍ଷରୁ ସେ ଚେତାବନୀ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!