Masthead

‘କିଏ କ’ଣ ଅଜାଙ୍କ ସାଙ୍ଗିଆ ବ୍ୟବହାର କରେ ?’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତରେ କିଏ କ’ଣ ଅଜାଙ୍କ ସାଙ୍ଗିଆ ବ୍ୟବହାର କରେ ? ଭାରତୀୟ ସଂସ୍କୃତି ଉପରେ ତାଙ୍କର ମୌଳିକ ଧାରଣା ନାହିଁ ବୋଲି ଶୁକ୍ରବାର କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାଲଟା ସମାଲୋଚନା କରିଛି। ସୂଚନା ଅନୁସାରେ, ଗୁ ରୁବାର ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବରେ କଂଗ୍ରେସ ଓ ବିରୋଧୀଙ୍କ ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଅଣନାତି ହେଉଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ନେହେରୁଙ୍କ ଭଳି ଏତେବଡ ପରିବାରର ଦାୟାଦ ହୋଇ ରାହୁଲ ନିଜ ନାମ ପଛରେ ନେହେରୁ ସାଙ୍ଗିଆ ବ୍ୟବହାର କରିବାକୁ କାହିଁକି ଭୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶ୍ନ କରିଛନ୍ତି।

ଯାହାର ପ୍ରତ୍ୟୁତ୍ତର ଦେଇ କଂଗ୍ରେସ ଏ କଥା କହିଛି। ‘ଏଆଇସିସି’ର ସାଧାରଣ ସମ୍ପାଦକ ରଣଦୀପ ସୂର୍ୟ୍ୟେୱାଲା ସାମ୍ବାଦିକମାନଙ୍କୁ କହିଛନ୍ତି, କବେଳ ଈଶ୍ବର ହିଁ ଏ ଦେଶକୁ ବଞ୍ଚାଇ ରଖି ପାରିବେ। ଏଭଳି ଦାୟିତ୍ବସମ୍ପନ୍ନ ପଦବୀରେ ବସିଥିବା ବ୍ୟକ୍ତି ଭାରତର ସଂସ୍କୃତି ଜାଣନ୍ତି ନାହିଁ କି, ବୁଝନ୍ତି ନାହିଁ। ଦେଶର ଯେକୌଣସି ବ୍ୟକ୍ତିଙ୍କୁ ପଚାରନ୍ତୁ: କିଏ କ’ଣ ଅଜାଙ୍କ ସାଙ୍ଗିଆ ଧାରଣ କରେ? ଦଳର ମୁଖ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଉପସ୍ଥିତ ଥିଲେ। ସୂର୍ୟ୍ୟେୱାଲା କହିଲେ, ଯଦି ତାଙ୍କର ଭାରତୀୟ ସଂସ୍କୃତି ବିଷୟରେ ମୌଳିକ ଧାରଣା ନାହିଁ, ତେବେ ଈଶ୍ବର ହିଁ କେବଳ ଏ ଦେଶକୁ ବଞ୍ଚାଇ ରକ୍ଷା କରିପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ