Before Header

ଦ୍ୱିତୀୟ ‘ବନ୍ଦେ ଭରତ ଏକ୍ସପ୍ରେସ’ ଶୁଭାରମ୍ଭ, ଭର୍ଚୁଆଲରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

0 15

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡ଼ିଶାକୁ ମିଳିଲା ଦ୍ୱିତୀୟ ‘ବନ୍ଦେ ଭରତ’ । ଦ୍ୱିତୀୟ ‘ବନ୍ଦେ ଭରତ ଏକ୍ସପ୍ରେସ ‘ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୀରୁ ରାଉଲକେଲାକୁ ଗଡିବ ଏହି ଏକ୍ସପ୍ରେସ । ଭର୍ଚୁଆଲରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ୧୧ଟି ରାଜ୍ୟ ଓ ପ୍ରର୍ଯ୍ୟଟନ ସ୍ଥଳକୁ ଏହା ଯୋଡିବ । ଶୁଭାରମ୍ଭରେ ମୋଦି କହିଛନ୍ତି, ବନ୍ଦେ ଭାରତ ନୂଆ ଉତ୍ସାହର ପ୍ରତିକ ।  ‘ବନ୍ଦେ ଭରତ’ ପାଇଁ ଲୋକଙ୍କ ଉତ୍ସାହ ବଢୁଛି । ଯେଉଁଠି ବନ୍ଦେ ଭାରତ ପହଞ୍ଚୁଛି ସେଠି ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି ।

ଭୁବନେଶ୍ୱରରେଳ ଷ୍ଟେସନରେ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଜ୍ୟପାଳ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର । ୩ୟ ବନ୍ଦେ ଭାରତ ପାଇଁ ଧର୍ମେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଥିଲେ । ପୁରୀ- ରାୟପୁର ବନ୍ଦେ ଭାରତ ପାଇଁ ମୋଦିଙ୍କୁ କହିଲେ ଧର୍ମେନ୍ଦ୍ର ।

Leave A Reply

Your email address will not be published.