ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ମନ୍ତ୍ରିମଣ୍ଡଳରେ କିଏ ରହିବ ନରହିବ ତାହା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର । ସେ ସବୁ ଦିଗକୁ ଦେଖି ନିଷ୍ପତ୍ତି ନେଇଥାନ୍ତି । ସବୁ ଜିଲ୍ଲାର ସାଙ୍ଗଠନିକ ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଏହା ନିର୍ଦ୍ଧାରଣ କରନ୍ତି । ଏଥିରେ କୌଣସି ଆଲୋଚନାର କି ପରାମର୍ଶର ଅବକାଶ ନଥାଏ । ତିନିଜଣ କାର୍ଯ୍ୟକ୍ଷମ ମନ୍ତ୍ରୀଙ୍କୁ ଦାୟିତ୍ୱ ମିଳି ସାରିଲାଣି । ସେମାନଙ୍କୁ ଶୁଭେଚ୍ଛା ଜଣାଇବି ।