Masthead

ମୋଦିଙ୍କ ନୂଆ କ୍ୟାବିନେଟ; କାହାକୁ ମିଳିବ କେଉଁ ମନ୍ତ୍ରୀ ପଦ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆଜି ଶପଥ ନେବେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେବାକୁ ଥିବା ବେଳେ, ତାଙ୍କ ସହ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ। ତେବେ କାହାକୁ କେଉଁ ମନ୍ତ୍ରୀ ପଦ ମିଳିବ ଏବଂ କ୍ୟାବିନେଟର ରୂପରେଖ କ’ଣ ରହିବ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଚର୍ଚ୍ଚା ଯେ, ମୋଦିଙ୍କ ସହ ପ୍ରାୟ ୫୨ରୁ ୫୫ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି। ଏଥିରେ ୧୯ରୁ ୨୨ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୩୩ରୁ ୩୫ ଜଣ ରାଷ୍ଟ୍ରମନ୍ତ୍ରୀ ରହିପାରନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ କ୍ୟାବିନେଟରେ ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡିପିକୁ ୪ ଏବଂ ନୀତୀଶ କୁମାରଙ୍କ ଜେଡିୟୁକୁ ୨ ମନ୍ତ୍ରୀପଦ ମିଳିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।

ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଥିବା ଟିଡିପିର ୪ ଏମ୍‌ପିଙ୍କ ମଧ୍ୟରୁ ୩ ଜଣ ହେଲେ ରାମମୋହନ ନାଇଡୁ, ହରୀଶ ବାଲଯୋଗୀ ଏବଂ ଡଗୁମାଲ୍ଲା ପ୍ରସାଦ। ସେହିପରି ଜେଡିୟୁ ଏହାର ୨ ବରିଷ୍ଠ ନେତା ଲଲନ ସିଂ ଏବଂ ରାମନାଥ ଠାକୁରଙ୍କ ନାଁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ରାମନାଥ ହେଉଛନ୍ତି ଭାରତରତ୍ନ ପାଇଥିବା କର୍ପୂରୀ ଠାକୁରଙ୍କ ପୁଅ। ସେ ରାଜ୍ୟ ସଭା ସଦସ୍ୟ ରହିଛନ୍ତି। ସରକାର ଶପଥ ନେବା ପୂର୍ବରୁ ଏନ୍‌ଡିଏର ଏକ ବୈଠକ ବସି କ୍ୟାବିନେଟ ବର୍ଥ ସମ୍ପର୍କରେ ନିଷ୍ପତ୍ତି ହୋଇଛି। ଟିଡିପିରୁ ୧୬ ଜଣ ଏମ୍‌ପି ନିର୍ବାଚିତ ହୋଇଥିବାବେଳେ ଏହା ୪ ମନ୍ତ୍ରୀପଦ ଏବଂ ଲୋକ ସଭାର ବାଚସ୍ପତି ପଦ ମାଗିଥିଲା। ସେହିପରି ୧୨ ଆସନ ଜିତିଥିବା ଜେଡିୟୁ ୨ଟି ମନ୍ତ୍ରୀପଦ ମାଗିଥିବା ସୂତ୍ରରୁ ଜଣାପଡ଼ିଛି। ବିଜେପି ନିର୍ବାଚନରେ ୨୪୦ ଆସନ ଜିତିଥିବାବେଳେ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ୨୭୨ରୁ ୩୨ କମ୍‌ ରହିଛି।

ତେଣୁ ସରକାର ଗଠନରେ ଚନ୍ଦ୍ରାବାବୁ ଏବଂ ନୀତୀଶ କିଙ୍ଗ୍‌ମେକର ଭାବେ ଅବତୀର୍ଣ୍ଣ ହୋଇଛନ୍ତି। ସରକାରରେ ସହଯୋଗୀ ଦଳଗୁଡ଼ିକର ପ୍ରତିନିଧିତ୍ୱ ରହିବ। କେଉଁ ଦଳରୁ କେତେଜଣ ମନ୍ତ୍ରୀ ହେବେ ତାହା ଚୂଡ଼ାନ୍ତ କରିବା ନେଇ ଶନିବାର ବରିଷ୍ଠ ବିଜେପି ନେତା ଅମିତ୍‌ ଶାହା, ରାଜନାଥ ସିଂ, ଦଳ ଅଧ୍ୟକ୍ଷ ଜେ.ପି. ନଡ୍ଡା ସହଯୋଗୀ ଦଳର ନେତାମାନଙ୍କ ସହ ଆଲୋଚନା କରିଥିଲେ। ସ୍ବରାଷ୍ଟ୍ର, ଅର୍ଥ, ପ୍ରତିରକ୍ଷା, ବହିର୍ବ୍ୟାପାର, ଶିକ୍ଷା, ସଂସ୍କୃତି ଭଳି ଓଜନଦାର ପୋର୍ଟଫୋଲିଓ ବିଜେପି ନିଜ ପାଖରେ ରଖିବାକୁ ଥିବାବେଳେ ୫ରୁ ୮ଟି କ୍ୟାବିନେଟ ପାହ୍ୟା ସହଯୋଗୀ ଦଳଙ୍କୁ ମିଳିବ ବୋଲି ଜଣାପଡ଼ିଛି।

ବିଜେପିରୁ ଶାହା ଏବଂ ରାଜନାଥ ନୂଆ କ୍ୟାବିନେଟରେ ସ୍ଥାନ ପାଇବା ନିଶ୍ଚିତ କୁହାଯାଉଥିବାବେଳେ ଲୋକ ସଭାକୁ ନିର୍ବାଚିତ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ବାସବରାଜ ବୋମାଇ, ମନୋହରଲାଲ୍‌ ଖଟ୍ଟାର ଏବଂ ସର୍ବାନନ୍ଦ ସୋନୋଓ୍ବାଲଙ୍କୁ ଦୃଢ଼ ଦାବିଦାର ବିବେଚନା କରାଯାଉଛି। ସେହିପରି ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ନେତା ଚିରାଗ ପାଶ୍ୱାନଙ୍କୁ ନୂଆ ସରକାରରେ ସ୍ଥାନ ମିଳିପାରେ। ସେହିପରି ମହାରାଷ୍ଟ୍ରରେ ଭାଜପାର ସହଯୋଗୀ ଥିବା ଏକନାଥ ଶିନ୍ଦେଙ୍କ ଶିବସେନା ଏବଂ ଅଜିତ ପାଓ୍ବାରଙ୍କ ଏନ୍‌ସିପିକୁ ମଧ୍ୟ ନୂଆ ସରକାରରେ ପ୍ରତିନିଧିତ୍ୱ ମିଳିପାରେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା