Masthead

ରାଜନୀତିରେ ଏଣ୍ଟ୍ରି କରିବେ ଅଭିନେତା ଦୀପ ସିଦ୍ଧୁ

ଚଣ୍ଡିଗଡ(ବଡ଼ ଖବର ବ୍ୟୁରୋ):   ରାଜନୀତିରେ ନିଜ କ୍ୟାରିଅର ଗଢିବାକୁ ଯାଉଛନ୍ତି ଲାଲ କିଲ୍ଲା ହିଂସାର ଅଭିଯୁକ୍ତ ତଥା ପଞ୍ଜାବ ଅଭିନେତା ଦୀପ ସିଦ୍ଧୁ । ଜଣାପଡିଛି ଯେ, ଅଭିନେତା ଦୀପ ସିଦ୍ଧୁ ଏବେ ରାଜନୀତିରେ ନୂଆକରି ପାଦ ଥାପିବେ । ନିଜ ନୂଆ ରାଜନୈତିକ ଦଳ ଗଠନ କରି ସେ ବିଧିବଦ୍ଧ ଭାବେ ରାଜନୀତିରେ ପ୍ରବେଶ କରିବେ । ସୂଚନା ଅନୁଯାୟୀ, ଏହି ଅଭିନେତା ବୁଧବାର ଦିନ ଚଣ୍ଡିଗଡରେ ନିଜ ଦଳର ଘୋଷଣା କରିବାର ସମ୍ଭାବନା ଅଛି । ନିଜ ଦଳର ନାଁ ଘୋଷଣା କରିବା ପୂର୍ବରୁ ପଞ୍ଜାବର କିଛି ଅଞ୍ଚଳରେ ଦୀପ ସିଦ୍ଧୁଙ୍କ ଦଳ ଗଠନ ନେଇ ଅନେକ ପୋଷ୍ଟର ଲଗାଯାଇଛି । ତେବେ ସିଦ୍ଧୁଙ୍କ ଦଳକୁ ‘ୱାରିସ ପଞ୍ଜାବ ଦେ’ କୁହାଯିବ ।

ସୂତ୍ରରୁ ଜଣାପଡିଛି ଯେ, ସିଦ୍ଧୁ ଅନେକ କୃଷକ ସଂଗଠନ ସହ ସମ୍ପର୍କରେ ଅଛନ୍ତି । ଅନେକ ରାଜନୈତିକ ନେତାମାନଙ୍କ ସହ ଯୋଗାଯୋଗରେ ଅଛନ୍ତି । ତେବେ ଦିଲ୍ଲୀ କୋର୍ଟରୁ ଜାମିନ ପାଇବା ପୂର୍ବରୁ ସିଦ୍ଧୁ ଦିଲ୍ଲୀ ଲାଲ କିଲ୍ଲା ହିଂସା ମାମଲାରେ ଦୁଇଥର ଗିରଫ ହୋଇଛନ୍ତି । ପୂର୍ବରୁ ହୋଇଥିବା ଲାଲ କିଲ୍ଲା ହିଂସା ମାମଲାରେ ଆନ୍ଦୋଳନକାରୀଙ୍କୁ ଉସକାଇବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଏଭଳି ଘଟଣା ପରେ ସିଦ୍ଧୁ ସେଠାରୁ ଫେରାର ହୋଇଯାଇଥିଲେ । ପରେ ପୋଲିସ ତାଙ୍କୁ ହରିୟାଣା କର୍ଣ୍ଣାଲରୁ ଗିରଫ କରିଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’