Masthead

ଚାଷୀଙ୍କ ଦୁଃଖ ବୁଝିବ କିଏ ?

ଦେଓଗାଁ (ବଡ଼ ଖବର ବ୍ୟୁରୋ): ବୃଷ୍ଟିପାତ ଯୋଗୁଁ ଦେଓଗାଁ ବ୍ଲକ ପରେ ଗୁଡ଼ଭେଳା ବ୍ଳକ ଅଞ୍ଚଳରେ ବି ମରୁଡ଼ିର ଚିତ୍ର ଦେଖାଦେଇଛି। ଅଚଳ ହୋଇ ପଡ଼ିଥିବା ଉଠା ଜଳସେଚନ ପଏଣ୍ଟ ଗୁଡିକ ଶୀଘ୍ର ମରାମତି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହି ନିର୍ଦ୍ଦେଶ କୁ ପାଣି ଭଳି ଉଡାଇଦେଇଛି ଗୁଡ଼ଭେଳା ଉଠାଜଳସେଚନ ବିଭାଗ। ତିନି ମାସ ହେଲା ଟ୍ରାନ୍ସଫର୍ମର ପୋଡିଥିଲେ ବି କୌଣସି ପଦକ୍ଷେପ ନେଉନାହାନ୍ତି ବିଭାଗୀୟ ଯନ୍ତ୍ରୀ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏପରି ଜିଲ୍ଲାପାଳଙ୍କୁ ବି ଏ ବିଷୟରେ ଲିଖିତ ଅଭିଯୋଗ କରିଥିଲେ କୌଣସି ପଦକ୍ଷେପ ନେଉନଥିବାରୁ ଚାଷୀଙ୍କ ଦୁଃଖ ବୁଝିବ କିଏ ବୋଲି ପ୍ରଶ୍ନ ଛିଡା ହୋଇଛି।

ବଲାଙ୍ଗିର ଜିଲ୍ଲାର ଗୁଡ଼ଭେଳା ବ୍ଲକ ଜାମୁଟ ପଞ୍ଚାୟତର ଟିକ୍ରିପଡା ଗାଁ ର ୧ ନମ୍ବର ଉଠାଜଳସେଚନ ପଏଣ୍ଟ ଟ୍ରାନ୍ସଫର୍ମର ପୋଡି ଯିବାରୁ ଅଚଳ ହୋଇ ପଡ଼ି ରହିଛି । ଏହି ଉଠାଜଳ ସେଚନ ପ୍ରକଳ୍ପରୁ ଗାଁର ୬୦ ଏକର ଚାଷ ଜମିରେ ପାଣି ମାଡି ଚାଷ ହେଉଥିଲା। କିନ୍ତୁ ତିନି ମାସ ହେବ ଟାସଫରମର୍ ପୋଡି ଯିବା ଯୋଗୁଁ ଚାଷ ଜମିରେ ପାଣି ଶୁଖି ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଧାନ ମରି ଯାଇ ପୁଆଲ ହୋଇଥିବାବେଳେ ଝୁଡୁଙ୍ଗ ଚାଷର ଗଛ ମଉଳି ଯାଉଛି। ଟ୍ରାନ୍ସଫର୍ମର ଯୋଗାଇ ଦେବାକୁ ତୁଷୁରା ଏସଡିଓକୁ ଟିକ୍ରିପଡା ଗ୍ରାମବାସୀ ଅଭିଯୋଗ କରିଥିଲେ। ହେଲେ ପ୍ରଥମେ ବକିଆ ବିଦ୍ୟୁତ ବିଲ ୫୦ହଜାର ଟଙ୍କା ଦେବା ପରେ ଟ୍ରାନସଫରମର ଦିଆଯିବ ବୋଲି ରୋକ ଠୋକ ଶୁଣାଇଦେବାରୁ ଭାଲେଣି ରେ ରହିଛନ୍ତି ଚାଷୀମାନେ।

ଅକ୍ଟୋବର ୨ ତାରଖରେ ବଲାଙ୍ଗିର ଜିଲ୍ଲାପାଳ ଙ୍କୁ ଅଭିଯୋଗ ମଧ୍ୟ କରିଛନ୍ତି ଅଭ । ହେଲେ ଆଜି ପର୍ଯ୍ୟନ୍ତ ଜିଲ୍ଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ଚାଷୀ ମହଲରେ ଅସନ୍ତୋଷର ଦାନା ବାନ୍ଧିଛି । ଖଡଙ୍ଗ ନଦୀ କୂଳରେ ଥିବା ଏହି ଉଠା ଜଳସେଚନ ପ୍ରକଳ୍ପର ପ୍ରାୟ ୬୦ ଏକର ଜମିରେ ଧାନ ଚାଷ ହେଉଥିବା ବେଳେ ୩୫ ରୁ ୪୦ ଏକର୍ ଜମିରେ ଝୁଡଙ୍ଗ ଚାଷ କରୁଛନ୍ତି ଚାଷୀ ମାନେ। ହେଲେ ଉକ୍ତ ଟ୍ରାନ୍ସଫର୍ମର ଫୋଡିଯିବାରୁ ସବୁ ଫସଲ ମରିଯିବାକୁ ବସିଲାଣି । କେବେ ସରକାର ଚାଷୀଙ୍କ ଦୁଃଖ ଶୁଣିବେ ସେହି ବାଟକୁ ଚାହିଁ ବସିଛନ୍ତି ଚାଷିକୂଳ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା