Masthead

ରାଜଧାନୀ ଭୁବନେଶ୍ୱରରେ ୧୦୬ ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):    ମହଙ୍ଗା ମାଡରୁ ନିସ୍ତାର ନାହିଁ । ଦୁଇଦିନ ଧରି ତୈଳଦର ସ୍ଥିର ରହିବା ପରେ ଆଜି ପୁଣି ବଢିଛି । ଉଭୟ ପେଟ୍ରୋଲ ଓ ଡିଜେଲର ଦାମ ପୂର୍ବରୁ ରେକର୍ଡ ସ୍ତରରେ ଥିବା ବେଳେ ଏବେ ଏହା ଆହୁରି ମହଙ୍ଗା ହୋଇଛି । ସେପଟେ ଆଜି ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୩୫ ପଇସା ଲେଖାଏ ବଢିଛି । ପେଟ୍ରୋଲ ଲିଟର ଦର ପିଛା ଦାମ ୧୦୪.୭୯ ଟଙ୍କା, ଓ ଡିଜେଲର ଦାମ ୯୩.୫୨ ଟଙ୍କା ରହିଛି ।

ସେହିପରି ମୁମ୍ବାଇରେ ପେଟ୍ରୋଲ ଦାମ ୩୪ ପଇସା ବଢି ୧୧୦.୭୫ ଟଙ୍କା ଓ ଡିଜେଲ ଲିଟର ପିଛା ୩୭ ପଇସା ବଢି ୧୦୧.୪୦ ଟଙ୍କା ହୋଇଛି । ଚେନ୍ନାଇ ଓ କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦାମ ୧୦୫ ଟଙ୍କା ଏବଂ ୯୬.୬୩ ଟଙ୍କା ରହିଛି । ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୧୦ ଟଙ୍କା ଓ ଡିଜେଲ ୯୭.୯୩ ଟଙ୍କାକୁ ବୃଦ୍ଧି ହୋଇଛି ।

ସେପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଲୋକମାନେ ପେଟ୍ରୋଲ ଓ ଡିଜେଲ ବର୍ଦ୍ଧିତ ଦରକୁ ନେଇ ହନ୍ତସନ୍ତ ହେଉଛନ୍ତି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୧ ପଇସା ବଢିଛି । ଫଳରେ ଲିଟର ପିଛା ଦାମ ୧୦୬.୦୬ ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୭୧ ପଇସା ମହଙ୍ଗା ହେବାରୁ ଦାମ ୧୦୨.୩୩ ଟଙ୍କା ହୋଇଛି । ଦେଖିବାକୁ ଗଲେ ସବୁଠି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଲେକମାନେ ଆଉଟିପାଉଟି ହେଉଛନ୍ତି । ଅଧିକାଂଶ ରାଜ୍ୟରେ ୧୦୦ ଟଙ୍କା ପାର କରିଛି ଡିଜେଲ ଓ ପେଟ୍ରୋଲ ଦର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ