Masthead

ଗୋଟିଏ ଦିନରେ ପଡ଼େ ଗାଁଟା ଯାକର ଶ୍ରାଦ୍ଧ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତ ଓକିଲପାଳ ଗାଁ । ଯେଉଁଠି ଗୋଟିଏ ଦିନରେ ପଡ଼େ ଗାଁଟା ଯାକର ଶ୍ରାଦ୍ଧ । ଏହି ଦିନ ପୂର୍ବଜଙ୍କୁ ପିଣ୍ଡଦାନ କରିଥାନ୍ତି ଗାଁ ଲୋକେ । ଆଜିବି ଏହି ଗାଁର ବୟସ୍କ ଲୋକଙ୍କ ମନରେ ୧୯୭୧ ମହାବାତ୍ୟାର ଭୟଙ୍କର ସ୍ମୃତି ସତେଜ ହୋଇ ରହିଛି । ଏହା ମଧ୍ୟରେ ପାଞ୍ଚ ଦଶନ୍ଧି ବିତି ଗଲାଣି । ପୁରୁଣା ସାତଭାୟାର ଗୋବିନ୍ଦପୁର ଗାଁ ସାତଭାୟାର ସାତଟି ଗାଁ ମଧ୍ୟରୁ ସମୁଦ୍ରକୂଳରେ ଅବସ୍ଥିତ ଗୋବିନ୍ଦପୁର ଅନ୍ୟତମ ।୧୯୭୧ ଅକ୍ଟୋବର ୨୯ ଓ ୩୦ ତାରିଖ ଦିନ ମହାବାତ୍ୟା ତାଣ୍ଡବ ରଚିଥିଲା । ଏହି ଗାଁରେ ରହୁଥିଲେ ୧୮୪ ପରିବାରର ୧୧୭୫ ଜଣ ଲୋକ । ମହବାତ୍ୟାର କରାଳ କାଣ୍ଡରେ ଏହି ପରିବାର ଉଚ୍ଛନ ହୋଇଗଲା । ୩୨ଟି ପରିବାର ନିଶ୍ଚିହ୍ନ ହୋଇଗଲା । ଏହି ଗାଁର ୭୭୨ ଜଣ ଲୋକଙ୍କ ମୃତୁ୍ୟ ହୋଇଥିଲା । ଗାଁଟି ସମ୍ପୂର୍ଣ୍ଣ ଧ୍ୱଂସସ୍ତୂପରେ ପରିଣତ ହୋଇଥିଲା । ମହାବାତ୍ୟା ପରେ ୧୫୨ଟି ପରିବାରର ମାତ୍ର ୪୦୩ ଜଣ ଲୋକ ଜୀବିତ ରହିଥିଲେ । ସେଠାକାର ଲୋକଙ୍କର ଗାଁକୁ ଫେରି ଘରଦ୍ୱାର କରିବାର ଇଚ୍ଛା ମଉଳି ଗଲା । ସ୍ୱାଧୀନତା ସଂଗ୍ରାମୀ ଭୂଦାନ ଆନେ୍ଦାଳନର ନେତ୍ରୀ ମା’ ରମାଦେବୀ ଏହି ଅସହାୟ ପରିବାରକୁ ଓକିଲପାଳରେ ଥଇଥାନ କରିବା ପାଇଁ ସହାୟତାର ହାତ ବଢାଇଲେ । ସାତଭାୟାର ଗୋବିନ୍ଦପୁର କେବଳ କେବଳ ସରକାରୀ କାଗଜପତ୍ରରେ ରହିଗଲା । ଓକିଲପାଳକୁ ସ୍ଥାୟୀ ଠିକଣା କରିବା ସହ ସେବେଠାରୁ ଆଜି ଯାଏଁ ଏହି ଗାଁର କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଏକାଦଶୀ ତିଥିରେ ସମଗ୍ର ଗାଁ ଲୋକେ ପିଣ୍ଡଦାନ କରିଥାନ୍ତି । ଯାହା ଅନ୍ୟତ୍ର ଦେଖାଯାଏ ନାହିଁ । ସବୁଠାରୁ ବଡ଼ କଥା ହେଲା ଯେଉଁ ୩୨ଟି ପରିବାର ସମ୍ପୀର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଥିଲା ସେମାନଙ୍କ ଉଦେ୍ଦଶ୍ୟରେ ଓକିଲପାଳର ଗଣେଶପୂଜା କମିଟି କିଛି ବର୍ଷ ହେବ ସାମୂହିକ ପିଣ୍ଡଦାନ କରିଆସୁଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ