Masthead

ସରିଲା ଦୁର୍ଗା ପୂଜା, ବିଦାୟ ନେବେ ମା’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରିଲା ଦୁର୍ଗାପୂଜା । ଧରାପୃଷ୍ଠରୁ ଆଜି ବିଦାୟ ନେବେ ମା’ ଦୁର୍ଗା । ନବରାତ୍ରର ପୂଜା ପରେ ମାଙ୍କୁ ବିଦାୟ ଦେବେ ଭକ୍ତ। ଏନେଇ ଭୁବନେଶ୍ୱରରେ ବ୍ୟାପକ ପ୍ରସ୍ତୁତି ହୋଇଛି । ପୋଲିସ ଏବଂ ପ୍ରଶାସନ ବୈଠକ କରିଛନ୍ତି । ଏହି ବୈଠକରେ ଭସାଣି ସମ୍ପର୍କରେ ଆଲୋଚନା କରି ସମସ୍ତ ପ୍ରକାରର ବ୍ୟବସ୍ଥା କରିଛନ୍ତି । କେଉଁ ରାସ୍ତାରେ ମୂର୍ତ୍ତି ସବୁ ନିଆଯିବ ଏବଂ କିଭଳି ସୁରୁଖୁରୁରେ ଭସାଣି କାର୍ୟ୍ୟ ସମ୍ପର୍ଣ୍ଣ ହେବ ସେନେଇ ପ୍ରସ୍ତୁତ ହୋଇଛି ପ୍ରଶାସନ ।

ଏହି ସମୟରେ କିଭଳି ଟ୍ରାଫିକକୁ ନିୟନ୍ତ୍ରଣ କରାଯିବ ସେଥିପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ଏହା ସହ କିଭଳି ବିଶୃଙ୍ଖଳା ନହେବ ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରହିବ ସେଥିପାଇଁ ସୁରକ୍ଷାକୁ କଡ଼ାକଡ଼ି କରାଯାଛି । ଏହାସହ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷାର ବନ୍ଦୋବସ୍ତ ମଧ୍ୟ କରାଯାଇଛି । ଭୁବନେଶ୍ୱରରେ ଭସାଣି ପାଇଁ ୪ ଟି ଅସ୍ଥାୟୀ ପୁଷ୍କରଣୀ ନିର୍ମାଣ କରିଛି ବିଏମସି । କୁଆଖାଇ ଓଭର ବ୍ରିଜର ଦୁଇ ପଟେ ଦୁଇଟି ଅସ୍ଥାୟୀ ପୁଷ୍କରଣୀ ପ୍ରସ୍ତୁତ କରାଯାଇଛି । ପୁଷ୍କରିଣୀକୁ ଅସ୍ଥାୟୀ ରାସ୍ତା ନିର୍ମାଣ ସହ, ଭସାଣି ପାଇଁ ସରିଛି ପ୍ରସ୍ତୁତି । କୁଆଖାଇ ଅସ୍ଥାୟୀ ପୁଷ୍କରଣୀରେ ବ୍ୟାପକ ସୁରକ୍ଷାର ବ୍ୟବସ୍ଥା କରାଯାଇଛି । ଦିନ ୩ଟାରୁ ଭସାଣୀ ଶେଷ ହେବା ଯାଏଁ କଟକଣା ବଳବତ୍ତର ରହିବ। ମେଢ ଗୁଡ଼ିକ ଯିବାକୁ ଥିବା ମୁଖ୍ୟ ରାସ୍ତା ପାଇଁ ଟ୍ରାଫିକ ପକ୍ଷରୁ ଏଭଳି କଟକଣା ଜାରି ହୋଇଛି।

ଭସାଣୀ ଶେଷ ଯାଏଁ ବାଣୀବିହାର-ରାଜମହଲ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ। ଖୋର୍ଦ୍ଧା ପଟୁ ଆସୁଥିବା ଗାଡ଼ି ସିଆରପି ଛକରୁ ଆଗକୁ ଆସିବ ନାହିଁ। ସିଆରପିରୁ ଏକାମ୍ର ଦେଇ ଜୟଦେବ ବିହାର ଦେଇ ଯାଇପାରିବେ ଯାତ୍ରୀ। ସେହିପରି ଭସାଣି ସମୟରେ କିଟରୁ ଜାଭିୟର ପର୍ୟ୍ୟନ୍ତ ରାସ୍ତା ମଧ୍ୟ ବନ୍ଦ ରହିବ। ଭସାଣି ସମୟରେ ଅସୁବିଧା ନହେବାକୁ କରାଯାଇଛି ସମସ୍ତ ବ୍ୟବସ୍ଥା। ଭସାଣୀ ପାଇଁ କଟକଣା ଜାରି ହୋଇଥିବା ନେଇ ସୂଚନା ଦେଲେ ଭୁବନେଶ୍ୱର ଟ୍ରାଫିକ ଡିସିପି ତାପସ ଦାସ।
ଭସାଣି ପାଇଁ ଟ୍ରାଫିକ କଟକଣା
-ଭସାଣୀ ପାଇଁ ଭୁବନେଶ୍ୱର ଲାଗି ଜାରି ହେଲା କଟକଣା
-ଦିନ ୩ଟାରୁ ଭସାଣି ଶେଷ ହେବା ଯାଏ ବଳବତ୍ତର ରହିବ କଟକଣା
-ମେଢ ଗୁଡ଼ିକ ଯିବାକୁ ଥିବା ମୁଖ୍ୟ ରାସ୍ତା ପାଇଁ କଟକଣା ଜାରି
-ଭସାଣି ଶେଷ ଯାଏ ବାଣୀବିହାର-ରାଜମହଲ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ
-ଖୋର୍ଦ୍ଧା ପଟୁ ଆସୁଥିବା ଗାଡ଼ି ସିଆରପି ଛକରୁ ଆଗକୁ ଆସିବ ନାହିଁ
-ସିଆରପିରୁ ଏକାମ୍ର ଦେଇ ଜୟଦେବ ବିହାର ଦେଇ ଯାଇପାରିବେ ଯାତ୍ରୀ
-ଭସାଣୀ ସମୟରେ କିଟରୁ ଜାଭିୟର ପର୍ୟ୍ୟନ୍ତ ରାସ୍ତା ମଧ୍ୟ ବନ୍ଦ ରହିବ
-ଭସାଣି ସମୟରେ ଅସୁବିଧା ନହେବାକୁ କରାଯାଇଛି ସମସ୍ତ ବ୍ୟବସ୍ଥା
-ସୂଚନା ଦେଲେ ଭୁବନେଶ୍ୱର ଟ୍ରାଫିକ ଡିସିପି ତାପସ ଦାସ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ