Masthead

ସଜେଇ ହୋଇଛି ଅଯୋଧ୍ୟା, ଆଜି ସନ୍ଧ୍ୟାରେ ପୁଷ୍ପକ ବିମାନରେ ଆସିବେ ପ୍ରଭୁ ରାମଚନ୍ଦ୍ର

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଦୀପାବଳୀ ପାଇଁ ସଜେଇ ହୋଇଛି ଅଯୋଧ୍ୟା । ଭଗବାନ ଶ୍ରୀରାମଙ୍କ ନଗରୀ ସଜେଇ ହେବାରେ ଲିଗିଛି । ଦୀପାବଳୀ ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁରୁ ସହର । ତେବେ ଏବର୍ଷ ଦୀପାବଳୀରେ ଏକାସାଙ୍ଗରେ ୨୪ ଲକ୍ଷ ଦୀପରେ ଆଲୋକିତ ହେବ ଅଯୋଧ୍ୟା । ଏଥିପାଇଁ ରାମଙ୍କ ପୀଠ ଓ ଚୌଧୁରୀ ଚରଣ ସିଂହଙ୍କ ଘାଟ ସମେତ ୫୧ଟି ପ୍ରମୁଖ ଘାଟରେ ପ୍ରସ୍ତୁତି କରାଯାଇଛି । ୨୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ଦୀପୋତ୍ସବରେ ପୁଣି ଥରେ ବିଶ୍ୱ ରେକର୍ଡ କରିବେ । ଗତବର୍ଷ ଦୀପାବଳିରେ ୧୫ ଲକ୍ଷ ଦୀପ ଲଗାଇବା ପାଇଁ ୨.୦୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ୨୦୧୭ରେ ଯୋଗୀ ଆଦିତ୍ୟନାଥ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ସପ୍ତମ ଦୀପୋତ୍ସବ ।

କେବଳ ବିଶ୍ୱ ରେକର୍ଡ ନୁହେଁ, ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବା ପାଇଁ ଯୋଜନା କରାଯାଇଛି । ଏହି ଦୀପୋତ୍ସବରେ ରୁଷିଆ, ଶ୍ରୀଲଙ୍କା, ସିଙ୍ଗାପୁର ଓ ନେପାଳର ବିଦେଶୀ କଳାକାରଙ୍କୁ ନେଇ ରାମଲୀଳା ମଧ୍ୟ ଆୟୋଜିତ ହେବ । କେବଳ ସେତିକି ନୁହେଁ, ଦେଶର ୨୧ଟି ରାଜ୍ୟର ରାମଲୀଳା ଓ ରାମାୟଣ ପରମ୍ପରା ଉପରେ ଆଧାରିତ ଲୋକନୃତ୍ୟର ମଧ୍ୟ ଆୟୋଜନ କରାଯିବ । ଦୀପୋତ୍ସବରେ ସାମିଲ ହୋ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରିଥିଲା ଉତରପ୍ରଦେଶ ସରକାର । କିନ୍ତୁ ବ୍ୟସ୍ତବହୁଳ କାର୍ୟ୍ୟକ୍ରମ ଯୋଗୁଁ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇପାରିବେନି ରାଷ୍ଟ୍ରପତି ।

ସେପଟେ ଦୀପୋତ୍ସବରେ ଲେଜର ସୋ’ ଆୟୋଜନ କରାଯାଇଛି । ରାମଙ୍କ ପାଦଦେଶରେ ଲେଜର ସୋ’ରେ ରାମଙ୍କ ଜୀବନର ଝଲକ ଦେଖିବାକୁ ମିଳିବ । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଦୀପୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ଆଜି ସନ୍ଧ୍ୟାରେ ଭଗବାନ ରାମ ବନବାସୀ ବେଶରେ ପୁଷ୍ପକ ବିମାନ ବା ହେଲିକପ୍ଟରରେ ଲକ୍ଷ୍ମଣ ଓ ସୀତାଙ୍କ ସହ ଆସି ରାମକଥା ପାର୍କରେ ପହଞ୍ଚିବେ । ସେଠରେ ଗୁରୁ ବଶିଷ୍ଠଙ୍କ ରୂପରେ ଯୋଗୀ ଆଦିତ୍ୟ ନାଥ ଏବଂ ରାଜ୍ୟପାଳ ଆନନ୍ଦିବେନ ସେମାନଙ୍କୁ ସ୍ୱାଗତ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ