Masthead

ବିଶ୍ୱ ଫଟୋଗ୍ରାଫି ଦିବସ

ଡେଗରିଓଟାଇପର ଉଦ୍ଭାବନ ଘୋଷଣା ଦିନକୁ ବିଶ୍ୱ ଫଟୋଗ୍ରାଫି ଦିବସ ଭାବେ ପାଳନ

ଭୁବନେଶ୍ୱର(ବଡଖବର ବ୍ୟୁରୋ):ବିଶ୍ୱ ଫଟୋଗ୍ରାଫି ସଂଗଠନ ତରଫରୁ ପ୍ରତିବର୍ଷ ଅଗଷ୍ଟ ୧୯ ତାରିଖରେ “ଫଟୋଗ୍ରାଫି ଦିବସ” ପାଳନ କରାଯାଉଛି । ୨୦୦୯ ରେ ଏହି ଦିବସ ପାଳନ ଯୋଜନା ସ୍ଥିର କରାଯାଇଥିବାବେଳେ ୨୦୧୦ ରେ ବିଦ୍ଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା । ଫ୍ରାନ୍ସର ଲୁଇସ୍ ଡାଗୁଏରେ ଡେଗରିଓଟାଇପର ଫଟୋଗ୍ରାଫି ପଦ୍ଧତି ଉଦ୍ଭାବନ କରିଥିଲେ ।

୧୮୩୯ ରେ ଫ୍ରେଞ୍ଚ ଏକାଡେମୀ ଅଫ୍ ସାଇନ୍ସ ଏହି ଯୁଗାନ୍ତକାରୀ ଉଦ୍ଭାବନ ସମ୍ପର୍କରେ ଘୋଷଣା କରିବା ପରେ ସେହି ବର୍ଷ ଅଗଷ୍ଟ ୧୯ ରେ ଫ୍ରାନ୍ସ ସରକାର ନିଜ ମାଲିକାନାକୁ ଏହାକୁ ନେଇ ବିଶ୍ୱବାସୀଙ୍କୁ ଜଣାଇଥିଲେ ଲୁଇସ୍‌ଙ୍କ ଅବଦାନ । ସମୟକ୍ରମେ ଡେଗରିଓଟାଇପର ଉଦ୍ଭାବନ ଘୋଷଣା ଦିନକୁ ବିଶ୍ୱ ଫଟୋଗ୍ରାଫି ଦିବସ ଭାବେ ପାଳନ କରାଯାଉଛି ।

ଏହି ଦିବସ ଅବସରରେ ୨୦୦୯ ରେ ପ୍ରଥମେ ଫ୍ରାନ୍ସରେ ବିଶ୍ୱ ଫଟୋଗ୍ରାଫି ସଂଗଠନ ପକ୍ଷରୁ କଳାର ଯାଦୁଗରୀ ପ୍ରଦର୍ଶନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଥିଲା ।୨୦୧୧ ରୁ ଏହା ଲଣ୍ଡନକୁ ସ୍ଥାନାନ୍ତରିତ ହୋଇ ସେବେଠାରୁ ବିଶ୍ୱସ୍ତରୀୟ ଫଟୋଗ୍ରାଫି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା