Masthead

ମାଲକାନଗିରିରେ ପୁଣି ଭୁଷୁଡ଼ିଲା ଏୟାରପୋର୍ଟ ପାଚେରୀ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲାରେ ନବ ନିର୍ମିତ ହୋଇଥବା ବିମାନ ବନ୍ଦରର ପାଚେରୀ ପୁଣି ଥରେ ବର୍ଷା ପବନ ଯୋଗୁଁ ଭୁଶୁଡି ପଡିଥିବା ଦେଖାଦେଇଛି । ନିମ୍ନମାନର କାମ ଯୋଗୁଁ ଗତକାଲି ରାତିରେ ମାଲକାନଗିରି ଜିଲ୍ଲାରେ ହୋଇଥବା ବର୍ଷା ଯୋଗୁଁ ମାଟି ଧୋଇ ହୋଇଯିବାରୁ ବିମାନ ବନ୍ଦରର ବିଭିନ୍ନ ସ୍ଥାନରେ ପ୍ରାୟ ୫୦ ମିଟରରୁ ଉର୍ଦ୍ଧ୍ବ ଲମ୍ବା ପାଚେରୀ ଭୁଶୁଡି ପଡିଛି। ତେବେ ଏହି ବିମାନ ବନ୍ଦର କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇ ନଥିବା ବେଳେ ଆହୁରି କିଛି କାର୍ଯ୍ୟ ବାକି ରହିଛି ।

ଏହାରି ମଧ୍ୟରେ ଏପରି ପାଚେରୀ ଭୁଶୁଡି ପଡିବା କାର୍ଯ୍ୟର ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଠାରେ ପାଚେରୀ ଭଶୁଡିବା ନୂଆ କଥା ନୁହେଁ, କାରଣ ପୂର୍ବରୁ ମଧ୍ୟ ଏଠାରେ ପାଚେରୀ ଭାଙ୍ଗି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପୂର୍ବରୁ ବାରମ୍ବାର ପାଚେରୀ ଭୁଷୁଡ଼ିଲା ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି। ବିମାନ ବନ୍ଦରରେ ନିମ୍ନ ମାନର କାର୍ଯ୍ୟ ହେଉଥବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ଦୁଇ ଦୁଇଥର ଗୋଟିଏ ନବ ନିର୍ମିତ ବିମାନ ବନ୍ଦରର ପାଚେରୀ ଭାଙ୍ଗିବା ବିଭାଗୀୟ ଅଧୂକାରୀଙ୍କ କାର୍ଯ୍ୟଶୈଳୀ ଓ ଠିକାଦାରଙ୍କ ନିର୍ମାଣ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରଥିବା ବେଳେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ