Masthead

ଏହି ସବୁ ଖାଦ୍ୟ ଶିଶୁଙ୍କ ପାଇଁ ଅମୃତ ଭଳି କାମ କରେ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ,ଚବିଶ ଘଣ୍ଟାର ସମୟ ବି କମ୍ । ଏପରି ପରିସ୍ଥିତିରେ ଛୋଟ ପିଲାମାନଙ୍କୁ ସମ୍ଭାଳିବା, ପିତାମାତାଙ୍କ ପାଇଁ ବେଶି କଷ୍ଟକର ହେଉଛି । ସୁସ୍ଥ ରହିବା ପାଇଁ ଦରକାର ସଠିକ ପୋଷଣ । ଛୋଟ ପିଲାମାନଙ୍କୁ ସୁସ୍ଥ ରଖିବା ପାଇଁ ପୋଷଣ ଯୁକ୍ତ ଖାଦ୍ୟ ନିହାତି ଆବଶ୍ୟକ ।

ସଠିକ ଖାଦ୍ୟ ନମିଳିଲେ,ପିଲାମାନେ ବାରମ୍ବାର ରୋଗଗ୍ରସ୍ତ ହୁଅନ୍ତି ଓ ଉତ୍ତମ ରୂପେ ଯତ୍ନ ନ ନେଲେ ପିଲାମାନେ ପୃଷ୍ଟିହୀନର ଶିକାର ହୋଇଥାନ୍ତି । ତେବେ ଆପଣ ଜାଣନ୍ତି କି କଣ ଖାଇଲେ ,ଆପଣଙ୍କ ପିଲାକୁ ଅଧିକ ଶକ୍ତି ମିଳିବ । ଫାଇବର,ପ୍ରୋଟିନ,ଅନେକ ଭିଟାମିନ ମିନେରାଲ୍ସ ପିଲାଙ୍କ ଖାଦ୍ୟରେ ନିହାତି ଜରୁରୀ।

ମାଣ୍ଡିଆ – ମାଣ୍ଡିଆ ବା ରାଗୀ ଏକ ସୁୁପର ଫୁଡ ଅଟେ । ଏଥିରେ ବିଭିନ୍ନ ଭିଟାମିନ ଏବଂ ମିନେରାଲ୍ସ ଭରପୁର ରହିଥାଏ । ଏଥିରେ କ୍ୟାଲସିୟମ ମଧ୍ୟ ରହିଥାଏ । ଯାହା ହାଡର ବୃଦ୍ଧି , ଦାନ୍ତ ସ୍ୱାସ୍ଥ୍ୟ ଓ ଶିଶୁର ଶାରୀରିକ ବିକାଶରେ ସହାୟକ ହୁଏ । ଏହା ବ୍ୟତୀତ ମାଣ୍ଡିଆରେ ଆଇରନ ଓ ଭିଟାମିନ ସି ମଧ୍ୟ ରହିଥାଏ ଯାହା ହୋମୋଗ୍ଲୋବିନ ସ୍ତରକୁ ବଜାୟ ରଖିବାରେ ସାହାର୍ଯ୍ୟ ହୋଇଥାଏ । ଏହାକୁ ସ୍ପ୍ରାଟରେ ମିଶାଇ ରାଗି ଖାଇବାକୁ ଦେଇପାରିବେ କିମ୍ବା ଜଳଖିଆ ପାଇଁ ରାଗୀ ପୋରିଜ୍ ତିଆରି ମଧ୍ୟ କରିପାରିବେ।

ବାଜରା- ଏଥିରେ ପୋଷକ ତତ୍ତ୍ୱ ଭରପୁର ରହିଛି । ଏଥରେ ପ୍ରଚୁର ପରିମାଣରେ ପ୍ରୋଟିନ ଓ ଫାଇବର ଥାଏ । ଯାହା ଶିଶୁର ବିକାଶରେ ସାହାର୍ଯ୍ୟ କରିଥାଏ । ମକା ମଧ୍ୟ କ୍ୟାଲସିୟମରେ ଭରପୁର ଅଟେ । ଯାହା ମିଳିତ ଭାବରେ ଶିଶୁର ଅସ୍ତିକୁ ବିକାଶ କରିବାରେ ସାହାର୍ଯ୍ୟ କରେ ।

ଜଅ- ସକାଳର ଜଳଖିଆରେ ଏହାକୁ ଖାଦ୍ୟ ରୂପେ ବ୍ୟବହାର କରିହେବ । ଜଅ ରେ ସମସ୍ତ ଜରୁରୀ ଭିଟାମିନ ଏବଂ ମିନେରାଲସ ଥାଏ । ଏହା ବ୍ୟତୀତ ଏଥିରେ ଫାଇବର ,ମ୍ୟାଗ୍ନେସିୟମ ,ଫସଫରସ ,ଭିଟାମିନ ବି ଏବଂ ସେଲେନିୟମ ଥାଏ । ସୁଗାର ଲେବୁଲ୍ ସନ୍ତୁଳନ ଏବଂ ଶକ୍ତି ବଜାୟ ରଖିବାରେ ମଧ୍ୟ ସହାୟକ ହୋଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ