Masthead

ଇସ୍ତଫା ଦେଲେ ୟେଦ୍ୟୁରପ୍ପା, ବିକ୍ଷୋଭ କଲେ ସମର୍ଥକ

ବେଙ୍ଗାଲୁରୁ(ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି ବି.ଏସ୍. ୟେଦ୍ୟୁରପ୍ପା । ରାଜ୍ୟପାଳ ଥୱରଚାନ୍ଦ ଗେହଲଟଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟପାଳ ଏହାକୁ ଗ୍ରହଣ କରିବା ସହ ୟେଦ୍ୟୁରପ୍ପାଙ୍କ ମନ୍ତ୍ରୀମଣ୍ଡଳକୁ ଭାଙ୍ଗି ଦେଇଛନ୍ତି । ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ ନହେବା ଯାଏ ୟେଦ୍ୟୁରପ୍ପା ଏହି ପଦରେ କାର୍ଯ୍ୟ କରିବେ । ତେବେ ୟେଦ୍ୟୁରପ୍ପାଙ୍କ ସମର୍ଥକ ମାନେ କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ବିଜେପି ନେତୃବୃନ୍ଦଙ୍କ ଚାପରେ ୟେଦ୍ୟୁରପ୍ପା ଇସ୍ତଫା ଦେଇଥିବା ତାଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି । ଆଉ ଖୋଲାଖୋଲି ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି ।

ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ୟେଦ୍ୟୁରପ୍ପାଙ୍କ ସମର୍ଥକ । ୟେଦ୍ୟୁରପ୍ପାଙ୍କ ଜନ୍ମ ହୋଇଥିବା ଜିଲ୍ଲା ଶିବମୋଗା ଜିଲ୍ଲାର ବିଭିନ୍ନ ସ୍ଥନାରେ ଦୋକାନ ବଜାର ବନ୍ଦ କରିବା ସହ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନକୁ ତାଲା ପକାଇଦେଇଛନ୍ତି ।ଯାହାକୁ ନେଇ ସ୍ଥନାୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ୧୯୮୩ରେ ୟେଦ୍ୟୁରପ୍ପା ଶୀକାରିପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଯାଇଥିଲେ ଏହାପରେ କ୍ରମାଗତ ଭାବେ ୮ଥର ବିଧାୟକ ଭାବେ ନିର୍ବାଚିତ ହାଇଯାଇଛନ୍ତି । ତେଣୁ ତାଙ୍କର ଅଚାନକ ଏଭଳି ଇସ୍ତଫା ଦେବା ସାଧାରଣ ଭାବେ ତାଙ୍କ ସମର୍ଥକ ଗ୍ରହଣ କରିପାରୁନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ