Masthead

କିଷାନ ମୋର୍ଚ୍ଚାରୁ ନିଲମ୍ବିତ ହେଲେ ଯୋଗେନ୍ଦ୍ର ଯାଦବ

(ବଡ଼ ଖବର ବ୍ୟୁରୋ):  କେନ୍ଦ୍ର ସରକାରଙ୍କ ୩ଟି ଯାକ କୃଷି ଆଇନକୁ ବିରୋଧ କରି ବର୍ଷେ ହେଲା ଆନ୍ଦୋଳନ କରୁଥିବା କିଷାନ ମୋର୍ଚ୍ଚାରୁ ନିଲମ୍ବିତ ହୋଇଛନ୍ତି ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ ।ତେବେ ତାଙ୍କୁ ମୋର୍ଚ୍ଚା ପକ୍ଷରୁ ଗୋଟେ ମାସ ପାଇଁ ନିଲମ୍ବିତ କରାଯାଇଛି ।

ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ପ୍ରାଣ ହରାଇଥିବା ବିଜେପି କର୍ମୀଙ୍କ ପରିବାରକୁ ଯୋଗେନ୍ଦ୍ର ଯାଦବ ଭେଟିଥିଲେ । କିନ୍ତୁ ଏଥିପାଇଁ ମୋର୍ଚ୍ଚାଠାରୁ ସେ ଅନୁମତି ନେଇ ନଥିଲେ । ଯାହାଫଳରେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଇଥିଲା । ସୂଚନା ଅନୁଯାୟୀ ଅକ୍ଟୋବର ୨୧ରେ ମୋର୍ଚ୍ଚା ତରଫରୁ ଏନେଇ ବୈଠକ ବସିଥିଲା । ଯୋଗେନ୍ଦ୍ର ଯାଦବ ମୃତ ବିଜେପି କର୍ମୀଙ୍କ ପରିବାର ଲୋକଙ୍କୁ ଭେଟିଥିବାରୁ ବୈଠକରେ ତାଙ୍କୁ କ୍ଷମା ମାଗିବା ପାଇଁ କୁହାଯାଇଥିଲା । ହେଲେ ଶ୍ରୀ ଯାଦବ କ୍ଷମା ମାଗିନଥିଲେ ।

ଶେଷରେ ମୋର୍ଚ୍ଚା ତାଙ୍କୁ ଗୋଟିଏ ମାସ ପାଇଁ ନିଲମ୍ବିତ କରିଛି । ଯୋଗେନ୍ଦ୍ର ବିଜେପି କର୍ମୀଙ୍କ ପରିବାର ଲୋକଙ୍କୁ ଭେଟିବା ପାଇଁ ଯାଇଥିଲେ କିନ୍ତୁ ମୋର୍ଚ୍ଚା ପକ୍ଷରୁ ଅନୁମତି ନେଇ ନ ଥିଲେ । ସୂଚାନ ଥାଉକି, ଅକ୍ଟୋବର ୩ରେ ଲଖିମପୁର ଖେରିରେ ଚାଷୀମାନେ ଆନ୍ଦୋଳନ କରୁଥିଲେ । ଏହି ସମୟରେ ଗୋଟିଏ ମହିନ୍ଦ୍ରା ଥର ଜିପ ସେମାନଙ୍କ ଉପରେ ଚଢିଯାଇଥିଲା । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ପରେ ପୁଣି ଏହି ହିଂସାକାଣ୍ଡରେ ୪ ଜଣଙ୍କ ଜୀବନ ଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର