Before Header

ତଳ କୋର୍ଟର ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

0 68

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ହାଇକୋର୍ଟ ଯିବେ ରାହୁଲ ଗାନ୍ଧୀ । ତଳ କୋର୍ଟର ରାୟକୁ ଗୁଜରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିପାରନ୍ତି । ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ । ଗତକାଲି ଏହାର ଶୁଣାଣି ଥିବା ବେଳେ ରାହୁଲଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ ।

ତେବେ ସେସନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆଜି ଗୁଜରାଟ ହାଇକୋର୍ଟରେ ଅପିଲ କରିପାରନ୍ତି ରାହୁଲ ଗାନ୍ଧି ।୨୦୧୯ ମସିହାରେ ‘ମୋଦି ସରନେମ’କୁ ନେଇ ରାହୁଲ ଦେଇଥିବା ବିବାଦୀୟ ବୟାନ ମାମଲାରେ ରାହୁଲଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ ସୁରଟ ତଳ କୋର୍ଟ । ଏହାକୁ ଚ୍ୟାଲେଞ୍ଜ କରି ଗତ ଏପ୍ରିଲ ୨ ତାରିଖରେ ସୁରଟର ଉପର କୋର୍ଟରେ ଆବେଦନ କରିଥିଲେ ରାହୁଲ ।

Leave A Reply

Your email address will not be published.