Before Header

ଦିବ୍ୟଶଙ୍କରଙ୍କ ପଛରେ ଦିବ୍ୟଶକ୍ତି ହୋଇ ଛିଡ଼ା ହୋଇଛନ୍ତି ମୁଖ୍ୟମନ୍ତ୍ରୀ !

0 78

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ତାଲିକାରୁ ବାଦ ପଡ଼ିଲେ ଦିବ୍ୟଶଙ୍କର । ଶେଷ ସମୟରେ ବାଦ ପଡ଼ିଲେ ମନ୍ତ୍ରୀ । ନିଜର ଭାବମୁର୍ତ୍ତୀକୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ନେଲେ ଏପରି ନିଷ୍ପତ୍ତି । ସେପଟେ ମନ୍ତ୍ରୀମଣ୍ଡଳରୁ ଦିବ୍ୟଶଙ୍କର ବିଦା ହେବେ କେବେ ? ବାରମ୍ବାର ମମିତା ମେହେରା ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ନାଁ ସାରା ରାଜ୍ୟରେ ଉଠୁଛି ପଡୁଛି । ରାଜ୍ୟର  ବିରୋଧୀ ଦଳର ଏକାଠି ହୋଇ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି । ଅନ୍ୟପଟେ ମନ୍ତ୍ରୀ ଯଦି ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚ ସେୟାର କରନ୍ତି ତାହାଲେ ବିଜେପି ଗୋବର ପାଣି ଛିଟିବ ବୋଲି ସ୍ପଷ୍ଟ କରିଥିଲା । ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବୁଝି ସାରିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସହ ମଞ୍ଚ ସେୟାର କରିବା ତାଙ୍କ ପାଇଁ ହେଉ କିମ୍ବା ତାଙ୍କ ସରକାର ପାଇଁ କେତେ ଖରାପ ! ପୂରା କାର୍ଯ୍ୟକ୍ରମ ଯେତେବେଳେ କରାଯାଇଥିଲା,  କିଏ ମନ୍ତ୍ରୀ ଉପସ୍ଥିତ ରହିବେ । କିଏ ରହିବେ ନାହିଁ ତାହାର ନିଷ୍ପତ୍ତି ବହୁ ଆଗରୁ ନିଆଯାଇଥିଲା । ତାଲିକାରେ ନବ ଦାସ, ସୁଦାମ ମାରାଣ୍ଡି, ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ଥିଲା । ଶେଷ ମୂହୂର୍ତ୍ତରେ ନବୀନ କଣ ଦେଖି ତାଙ୍କ ନାଁ ତାଲିକାର ହଟାଇଲେ  ତାହା ପ୍ରଶ୍ନ ଉଠୁଛି ?

କାହିିଁକିନା ମୁଖ୍ୟମନ୍ତ୍ରୀ ଓ ତାଙ୍କର ସରକାର ଅନୁଭବ କରି ସାରିଛନ୍ତି ଗୋବିନ୍ଦ ସାହୁ ପ୍ରସଙ୍ଗରେ ଦିବ୍ୟଶଙ୍କର ମିଶ୍ର ଏକ ବିବାଦୀୟ ଚେହେରା ।  ଏଇଠି ପ୍ରଶ୍ନ ଉଠୁଛି ସତରେ ଯଦି ଦିବ୍ୟଶଙ୍କର ମିଶ୍ରଙ୍କର ଗୋବିନ୍ଦ ସାହୁ ପ୍ରସଙ୍ଗରେ କୌଣସି ସମ୍ପର୍କ ନାହିଁ ତାହାଲେ ଆଜି ଏହି କାର୍ଯ୍ୟକ୍ରମରୁ ଶେଷ ମୂହୁର୍ତ୍ତରୁ ମନ୍ତ୍ରୀଙ୍କ ନାଁ କାହିଁକି କଟାଗଲା ? ତାଲିକାରୁ କାଟି ମୁଖ୍ୟମନ୍ତ୍ରୀ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ସ୍ୱିକାର କରି ସାରିଛନ୍ତି ଗୋବିନ୍ଦ ସାହୁ ପ୍ରସଙ୍ଗରେ ମନ୍ତ୍ରୀ ହେଉଛନ୍ତି ଏକ ବିବାଦୀୟ ଚେହେରା । ତେଣୁ ଦିବ୍ୟଶଙ୍କରଙ୍କ ସହ ଷ୍ଟେଜ ସେୟାର କରିବା ଉଚିତ ହେବ ନାହିଁ । ମଞ୍ଚରୁ ବାଦ ପଡ଼ିଲେ ମନ୍ତ୍ରୀ, ହେଲେ ମନ୍ତ୍ରୀ ମଣ୍ଡଳରୁ ବିଦା ହେବେ କେବେ ? ଏହା କେବଳ ବିରୋଧୀଙ୍କର ପ୍ରଶ୍ନ ନୁହଁ ବରଂ  ସାରା ଓଡ଼ିଶାର ପ୍ରଶ୍ନ । ନା ମୁଖ୍ୟମନ୍ତ୍ରୀ ପରି, ପୀହୁ ଭଳି ଏହାକୁ ମଧ୍ୟ ଲାଇମ ଲାଇଟରୁ ବାହାର କରି ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ଯୋଜନାରେ ଅଛନ୍ତି । ଯିଏ ନିଜର ଭାବମୂର୍ତ୍ତିକୁ ପ୍ରଥମ ପ୍ରାରତା ଦେଇ ବହୁ ବଡ଼ ବଡ଼ ନେତା ମନ୍ତ୍ରୀଙ୍କୁ ଦଳରୁ ବିଦା କରିଆସିଛନ୍ତି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଚୁପ କାହିଁକି ? ମୁଖ୍ୟମନ୍ତ୍ରୀ ମମିତାଙ୍କୁ ନ୍ୟାୟ ଦେବେ ? ଅନ୍ୟପଟେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଘଟଣାର ନିରପେକ୍ଷ ତଦନ୍ତ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଆସୁଛି । କାହିଁକିନା ଇସ୍ତଫା ବିନା ମନ୍ତ୍ରୀଙ୍କ ନିରପେକ୍ଷ ତଦନ୍ତ ସମ୍ଭବ ନୁହଁ । ଏକଥା ସମସ୍ତେ ଜାଣିଛନ୍ତି । ଗୋବିନ୍ଦଙ୍କ ପଛରେ ଦିବ୍ୟଶକ୍ତି ହୋଇ ଦିବ୍ୟଶଙ୍କର ଛିଡ଼ା ହୋଇଛନ୍ତି ।

ଏପରିକି ଗୋବିନ୍ଦଙ୍କ ପଛରେ ବଡ଼ ବଡ଼ ଲୋକଙ୍କର ଆର୍ଶିବାଦ ମଧ୍ୟ ରହିଥିବାର ଖବର ସାମ୍ନାକୁ ଆସଛି । ସେ ଆର୍ଶିବାଦ କାହାର ? ଦିବ୍ୟଶଙ୍କରଙ୍କ ନୁହଁ ତ? ଯଦି ମଞ୍ଚ ସେୟାର କଲେ ମୁଖ୍ୟମନ୍ତ୍ରୀଙ୍କ ଭାବମୁର୍ତ୍ତି ନଷ୍ଟ ହେବ । ତାହାଲେ ମନ୍ତ୍ରୀମଣ୍ଡଳରେ ସହଯୋଗୀ କରି ରଖିବା ତାହାଲେ ତାଙ୍କର ଭାବମୂତ୍ତି ଆହୁରି ନଷ୍ଟ ହେବ । ନବ ଦାସଙ୍କ ଭଳି କେବଳ ଦିବ୍ୟଶଙ୍କରଙ୍କୁ ମଞ୍ଚରୁ ବାଦ ଦିଆଯାଉଛି ନା ଘଟଣାର ନିରପେକ୍ଷ ତଦନ୍ତ କରାଯାଉଛି ତାହା ଦେଖିବାର ବିଷୟ ।

 

Leave A Reply

Your email address will not be published.