Masthead

ଓଡ଼ିଶା ଫେରିଲା ‘ଜୀନତ୍’

ବାରିପଦା (ବଡ଼ ଖବର ବ୍ୟୁରୋ): ଶିମିଳିପାଳରେ ବାଘୁଣୀ ‘ଜୀନତ୍’ ।  ପଶ୍ଚିମବଙ୍ଗରୁ ସୂତନ୍ତ୍ର ଗାଡ଼ିରେ ଫେରିଲା ବାଘୁଣୀ ଜୀନତ୍ା ଆଲିପୁର ଚିଡ଼ିଆଖାନାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଶିମିଳିପାଳ ଅଣାଗଲା । ‘ଜୀନତ୍’କୁ ଏବେ ଯମୁନା ଏନକ୍ଲୋଜରରେ ରଖାଯାଇଛି । ସେପଟେ ଟ୍ରାଙ୍କୁଲାଇଜ୍‌ ପରେ ମରାଠା ବାଘୁଣୀ ଜିନତ୍‌କୁ ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନାକୁ ପଠାଯିବାକୁ ନେଇ ପ୍ରଶ୍ନ ଉଠାଇଛି ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ) । ବାଘୁଣୀକୁ କାହିଁକି ଓଡ଼ିଶା ଶିମଳିପାଳକୁ ଫେରାଇ ଅଣାଗଲାନି ବୋଲି ପଶ୍ଚିମବଙ୍ଗ ବନ ବିଭାଗକୁ ପ୍ରଶ୍ନ କରିଛି ।

ପଶ୍ଚିମବଙ୍ଗ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଭର୍ତ୍ସନା କରିବା ସହ ଏହାର ଜବାବ ମାଗିଛନ୍ତି । ତୁରନ୍ତ ବାଘୁଣୀକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନ୍‌ଟିସିଏର ଏଭଳି ତାଗିଦ୍‌ ପରେ ଚେତିଛି ପଶ୍ଚିମବଙ୍ଗ ସରକାର । ବାଘୁଣୀକୁ ତରବରିଆ ଭାବେ ଶିମିଳିପାଳ ପଠାଇବା ବ୍ୟବସ୍ଥା କରିଛି । ବାଘୁଣୀକୁ ପିଛା କରୁଥିବା ୧୫ ଜଣିଆ ଟିମ୍‌ ମଧ୍ୟ ଓଡ଼ିଶା ଫେରୁଛନ୍ତି । ବାଘୁଣୀକୁ ଏଥର ଶିମିଳିପାଳ ଯମୁନାଗଡ଼ରେ ଥିବା ସ୍ୱତନ୍ତ୍ର ଏନ୍‌କ୍ଲୋଜରରେ ରଖାଯିବ । ଯେଉଁଠି ଅନ୍ୟ ମରାଠା ବାଘୁଣୀ ଯମୁନାକୁ ରଖାଯାଇଥିଲା । ମରାଠା ବାଘୁଣୀ ଜିନତ୍‌କୁ ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନାରେ ଛଡ଼ାଯିବା ପରେ ନୂଆ ଅଡୁଆ ଆରମ୍ଭ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ