Masthead

ଓଡ଼ିଶା ଫେରିଲା ‘ଜୀନତ୍’

ବାରିପଦା (ବଡ଼ ଖବର ବ୍ୟୁରୋ): ଶିମିଳିପାଳରେ ବାଘୁଣୀ ‘ଜୀନତ୍’ ।  ପଶ୍ଚିମବଙ୍ଗରୁ ସୂତନ୍ତ୍ର ଗାଡ଼ିରେ ଫେରିଲା ବାଘୁଣୀ ଜୀନତ୍ା ଆଲିପୁର ଚିଡ଼ିଆଖାନାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଶିମିଳିପାଳ ଅଣାଗଲା । ‘ଜୀନତ୍’କୁ ଏବେ ଯମୁନା ଏନକ୍ଲୋଜରରେ ରଖାଯାଇଛି । ସେପଟେ ଟ୍ରାଙ୍କୁଲାଇଜ୍‌ ପରେ ମରାଠା ବାଘୁଣୀ ଜିନତ୍‌କୁ ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନାକୁ ପଠାଯିବାକୁ ନେଇ ପ୍ରଶ୍ନ ଉଠାଇଛି ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ) । ବାଘୁଣୀକୁ କାହିଁକି ଓଡ଼ିଶା ଶିମଳିପାଳକୁ ଫେରାଇ ଅଣାଗଲାନି ବୋଲି ପଶ୍ଚିମବଙ୍ଗ ବନ ବିଭାଗକୁ ପ୍ରଶ୍ନ କରିଛି ।

ପଶ୍ଚିମବଙ୍ଗ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଭର୍ତ୍ସନା କରିବା ସହ ଏହାର ଜବାବ ମାଗିଛନ୍ତି । ତୁରନ୍ତ ବାଘୁଣୀକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନ୍‌ଟିସିଏର ଏଭଳି ତାଗିଦ୍‌ ପରେ ଚେତିଛି ପଶ୍ଚିମବଙ୍ଗ ସରକାର । ବାଘୁଣୀକୁ ତରବରିଆ ଭାବେ ଶିମିଳିପାଳ ପଠାଇବା ବ୍ୟବସ୍ଥା କରିଛି । ବାଘୁଣୀକୁ ପିଛା କରୁଥିବା ୧୫ ଜଣିଆ ଟିମ୍‌ ମଧ୍ୟ ଓଡ଼ିଶା ଫେରୁଛନ୍ତି । ବାଘୁଣୀକୁ ଏଥର ଶିମିଳିପାଳ ଯମୁନାଗଡ଼ରେ ଥିବା ସ୍ୱତନ୍ତ୍ର ଏନ୍‌କ୍ଲୋଜରରେ ରଖାଯିବ । ଯେଉଁଠି ଅନ୍ୟ ମରାଠା ବାଘୁଣୀ ଯମୁନାକୁ ରଖାଯାଇଥିଲା । ମରାଠା ବାଘୁଣୀ ଜିନତ୍‌କୁ ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନାରେ ଛଡ଼ାଯିବା ପରେ ନୂଆ ଅଡୁଆ ଆରମ୍ଭ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ