Masthead

ରାସନ କାର୍ଡଧାରୀଙ୍କ ପାଇଁ ଆସିଲା ବଡ଼ ଖବର: ୧୫ ତାରିଖ ସୁଦ୍ଧା ସରିବ e-KYC ପ୍ରକ୍ରିୟା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାସନ କାର୍ଡଧାରୀଙ୍କ ପାଇଁ ଆସିଲା ବଡ଼ ଖବର । ଇ-କେୱାଇସି ସମ୍ବନ୍ଧୀୟ ଅପଡେଟ । ଆସନ୍ତା ୧୫ ତାରିଖ ସୁଦ୍ଧା ସରିବ ଇ-କେୱାଇସି ଅବଧି । ବାହାର ରାଜ୍ୟକୁ ଯାଇ ଓଡ଼ିଶା ଲୋକଙ୍କ ଇ-କେୱାଇସି କରିବେ ଅଧିକାରୀ । ଗୋଆରେ ଯାଇ ଇ-କେୱାଇସି କରାଯାଇଛି । ଭାରତ ବର୍ଷରେ ଥିବା ଅନ୍ୟ ରାଜ୍ୟକୁ ଯାଇ ବି ସରକାର କରିବେ ଇ-କେୱାଇସି । ବତ୍ତମାନ ସୁଦ୍ଧା ୮୫ ପ୍ରତିଶତ ଶେଷ ହୋଇଛି । ଆହୁରି ୫୦ ଲକ୍ଷ ଲୋକ କରିନାହାନ୍ତି, କିନ୍ତୁ ସମସ୍ତଙ୍କର ଠିକ୍ ସମୟରେ ଶେଷ ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଇ-କେୱାଇସିରୁ ରାଜ୍ୟ ସରକାର ପାଇଛନ୍ତି ବଡ଼ ସଫଳତା । ଧରାପଡିଛନ୍ତି ଭୂତ ରାସନ କାର୍ଡଧାରୀ । ବର୍ଷ ବର୍ଷ ଧରି ସରକାରୀ ଯୋଜନାକୁ କରି ଚାଲୁଥିଲେ ହଡ଼ପ । ଜାଲ୍ ହିତାଧୀକାରୀଙ୍କୁ ଚିହ୍ନଟ କରିବାରେ ସହାୟକ ହୋଇଛି ।

ମନ୍ତ୍ରୀ ରଖିଥିବା ଉତ୍ତର ହିଁ କହୁଛି କି ଗୋଟେ ଗୋଟେ ଜିଲ୍ଲାରୁ ବାହାରିଛନ୍ତି ପାଖାପାଖି ଦେଢ ଲକ୍ଷ ଭୂତ ହିତାଧୀକାରୀ । ସେମାନଙ୍କୁ ବାନ୍ଧିବା ଏବଂ ତାଙ୍କ ପଛରେ ଥିବା ବାବୁଙ୍କୁ ଏନେଇ ମହଙ୍ଗା ପଡ଼ିପାରେ । ବିଜେଡି ପାଇଁ ସୃଷ୍ଟି ହୋଇପାରେ ଆଡୁଆ । କାହିଁକି ନା ନବୀନ ସରକାରର ୨୪ବର୍ଷ ଭିତରେ ଭୂତ ହିତାଧିକାରୀ ଯୋଡ଼ିଛନ୍ତି । କିନ୍ତୁ କେମିତି ଯୋଗ୍ୟଙ୍କୁ ବଞ୍ଚିତ ରଖି ଅଯୋଗ୍ୟଙ୍କୁ ରାସନ ଦେଉଥିଲା ବିଜେଡି ସରକାର । କାହିଁକି ନେଉନଥିଲା ପଦକ୍ଷେପ? ନା ଭୋଟ ବ୍ୟାଙ୍କ ସଂଗ୍ରହ କରିବା ପାଇଁ ବିଜେଡି କରିଥିଲା ଏପରି ପ୍ଲାନ । ଯାହାକୁ ନେଇ ଓଡିÿଶା ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଆଗକୁ କ’ଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ