Masthead

ଅନିଶ୍ଚିତତା ରେ “ମା” ଙ୍କ ପୂଜା !

ପୂଜା କମିଟି ଟ୍ରଷ୍ଟ ହାଇକୋର୍ଟ ର ଦ୍ଵାରସ୍ଥ । 

କଟକ/ଭୁବନେଶ୍ୱର:
କରୋନା ପାଇଁ ସବୁ ଉତ୍ସବ ଉପରେ କଟକଣା ।
କଟକଣା ଭିତରେ ରଥଯାତ୍ରା, ଗଣେଷ ପୂଜା ଅନୁଷ୍ଠିତ ହୋଇଯାଇଛି ।
କଟକ ସହର ର ବଡପର୍ବ ଦୂର୍ଗା ପୂଜା ପାଇଁ ମଧ୍ଯ କଟକଣା ଜାରି କରିଛନ୍ତି ସରକାର । ପୂଜା କୁ ନେଇ ଦ୍ଵନ୍ଦ ଦେଖା ଦେଇଥିବା ଜଣାପଡ଼ିଛି । ଦଶହରା କେମିତି ହେବ, କଟକଣା ଭିତରେ ହେବ ନା ବିନା କଟକଣାରେ ହେବ, ଉଚ୍ଚ ମୂର୍ତ୍ତି ନିର୍ମାଣ ହେବ ନା ମାତ୍ର ୪ ଫୁଟ୍‌ ଉଚ୍ଚତାର ମୂର୍ତ୍ତି ନିର୍ମାଣ ହେବ, ପୂଜାରେ ୫ ଜଣ ଲୋକ ସାମିଲ ହେବେ ନା ଏହାଠାରୁ ଅଧିକ ଲୋକଙ୍କ ସମାଗମ ହେବ, ଭସାଣି ଟ୍ରଲିରେ ହେବ ନା ଚେସିସ୍‌ରେ ହେବ..? ଦଶହରାକୁ ନେଇ ଲାଗି ରହିଥିବା ଏଭଳି ନାନା ପ୍ରଶ୍ନ ଓ ବିବାଦର ସମାଧାନ ପନ୍ଥା ବାହାରି ପାରୁନି । ପ୍ରଶାସନ କରୋନା ପାଇଁ ଦଶହରା ପୂଜା ଉପରେ କଟକଣା ଲଗାଇ ଚାଲିଥିଲା ବେଳେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବିଭିନ୍ନ ପୂଜା କମିଟି । ଏଣୁ ଦଶହରାକୁ ନେଇ ଘୋଷଣା ହୋଇଥିବା ପ୍ରଶାସନର ବିଭିନ୍ନ ନିଷ୍ପତ୍ତିକୁ ବିରୋଧ କରି କଟକର ୨୪ଟି ପୂଜା କମିଟି ଏବଂ ଭୁବନେଶ୍ୱରର ବିଭିନ୍ନ ପୂଜା କମିଟିକୁ ନେଇ ଗଠିତ ଏକ ଟ୍ରଷ୍ଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣା ପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା