Masthead

ବାଃ ବାଃରେ ଅନଲାଇନ ପାଠ

ନୟାଗଡ଼, (ବଡ଼ ଖବର ବ୍ୟୁରୋ) : କାରୋନାକୁ ଦୃଷ୍ଟିରେ ରଖି ସରକାର ଅନଲାଇନ ପାଠ୍ୟକ୍ରମର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଗାଁରେ ଆସୁନି ମୋବାଇଲ ନେଟୱାର୍କ ଚିନ୍ତାରେ ପଡିଲେଣି ଛାତ୍ରଛାତ୍ରୀ । ଏମିତି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଶଙ୍ଖଯୋଡି ଗାଁରେ । ସେହି ଗ୍ରାମରେ ପ୍ରାୟ ୨ଶହରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଥିବାବେଳେ ମୋବାଇଲ ଟାୱାର ନାହିଁ । ଅନଲାଇନ ପାଠ୍ୟକ୍ରମରେ ବ୍ୟାଘାତ ସୃଷ୍ଟି ହେଉଛି । ମୋବାଇଲ ନେଟୱାର୍କ ପାଇଁ ଗାଁ ନିକଟରେ ଥିବା ପାଣି ଟାଙ୍କି ଉପରେ ନିର୍ଭର କରୁଛନ୍ତି ଛାତ୍ରଛାତ୍ରୀ । ପାଣିଟାଙ୍କିର ଉପରେ ମୋବାଇଲ ନେଟୱାର୍କ ଭଲ ରହୁଛି । ପାଣି ଟାଙ୍କିଟି ୫୦ ଫୁଟ ଉଚ୍ଚତା ହୋଇଥିବାରୁ ଛୋଟ ଛୋଟ ପିଲାଙ୍କ ପାଇଁ ଏହା ବିପଦପୂର୍ଣ୍ଣ ହୋଇପଡିଛି । କେତେବେଳେ ଯେ କିଛି ଅଘଟଣ ନ ଘଟିବ କହି ହେବ ନାହିଁ । ସରକାର ପ୍ରତି ଗାଁକୁ ହାଇସ୍ପିଡ ନେଟୱାର୍କ ପହଞ୍ଚାଇବା ପାଇଁ ଘୋଷଣା କରିଛନ୍ତି । ତେବେ ଶଙ୍ଖଯୋଡି ଗାଁର ମୋବାଇଲ ଟାୱାରର ଅବ୍ୟବସ୍ଥାକୁ ଦେଖିଲେ ଯୋଜନା କେତେ ସଫଳ ହେବ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ