ତେଲ ସରିଲେ ଜରିମାନା

ଜର୍ମାନୀ(ବଡ଼ ଖବର ବ୍ୟୁରୋ):  ସବୁ ଅପରାଧର ଦଣ୍ଡ ନଥାଏ । ହେଲେ ଦୁନିଆରେ କିଛି ଅପରାଧର ଦଣ୍ଡ ଏମିତି ଅଛି ଯାହା ବିଷୟରେ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏମିତି ନିୟମ ରହିଛି ଯାହାକୁ ଶୁଣିଲେ ମଧ୍ୟ ବିଶ୍ୱାସ ହୁଏନି । କିଛି ଦେଶରେ ଚୋରୀ କଲେ ହାତ କାଟିବାର ଦଣ୍ଡ ରହିଛି ତ ଆଉ କେଉଁଠି ବଳାତ୍କାରୀଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯାଉଛି । ସେହିପରି ପ୍ରାୟ ସବୁଠି ଗାଡି ଚଳାଚଳକୁ ନେଇ ଅନେକ ନିୟମ ପ୍ରଣୟନ କରାଯାଇଛି । ତେବେ ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ ଗାଡିରୁ ତେଲ ସରିଯିବାକୁ ଅପରାଧ ଅନ୍ତର୍ଭୁକ୍ତ କରାଯାଇଛି । ଏଥିପାଇଁ ଗାଡି ଡ୍ରାଇଭରକୁ ଦଣ୍ଡ ସ୍ୱରୁପ ଜରିମାନା ଦେବାକୁ ପଡିଥାଏ । ଏମିତି ବିଚିତ୍ର ନିୟମ କେଉଁ ଦେଶରେ ଅଛି ତାହା ଆପଣମାନେ ଜାଣିଛନ୍ତି କି?

ଏମିତି ନିୟମ ଜର୍ମାନୀରେ ଅଛି । ଜର୍ମାନୀରେ ଦୃତ ଗାଡି ଚଳାଇବା ପାଇଁ ଦଣ୍ଡ ବିଧାନର ବ୍ୟବସ୍ଥା ନାହିଁ ; କିନ୍ତୁ ଯଦି ଗାଡି ଚଲାଇବା ସମୟରେ ମଝି ରାସ୍ତାରେ ଗାଡିରୁ ତେଲ ସରିଯାଏ ଏବଂ ମଝି ରାସ୍ତାରେ ରହିଯାନ୍ତି ,ତେବେ ଏହାକୁ ଅପରାଧ ବୋଲି ଧରାଯାଏ । ଏହି ଅପରାଧରେ ଲୋକଙ୍କୁ ସଜା ମଧ୍ୟ ମିଳିଥାଏ । କରିମାନା ଦେବାକୁ ପଡିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ