Masthead

ଡ୍ରଗସ ପାର୍ଟି କେଉଁଠି, କିଏ ସାମିଲ !

ଆଇପିଏଲ୍ ପାର୍ଟିରେ କ୍ରିକେଟରଙ୍କ ପତ୍ନୀ ଏବଂ କିଛି ବଲିଉଡ୍‍ ଅଭିନେତ୍ରୀ ଡ୍ରଗ୍ସ ନିଅନ୍ତି : ବଲିଉଡ୍‍ ଅଭିନେତ୍ରୀ ସେର୍ଲିନ ଚୋପ୍ରାଙ୍କ ଚାଞ୍ଚଲ୍ୟକର ବୟାନ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‍ରେ ନିଶା କାରବାର ମାମଲା ନେଇ ଚହଳ ପଡ଼ିଛି। ଏହି ମାମଲାରେ ନାର୍କୋଟିକ୍‍ସ କଣ୍ଟ୍ରୋଲ୍‍ ବୋର୍ଡ (ଏନ୍‍ସିବି) ବଲିଉଡ୍‍ ସହ ସମ୍ପୃକ୍ତ ପାଖାପାଖି ୨୫ ଜଣଙ୍କୁ ଗିରଫ କରି ସାରିଲାଣି। ସେପଟେ ବଲିଉଡ୍‍ରେ ଡ୍ରଗ୍‍ସ ଲିଙ୍କ୍‍ର ଖୋଳତାଡ଼ କରୁଥିବା ଏନ୍‍ସିବି ବଲିଉଡ୍‍ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‍, ସାରା ଅଲୀ ଖାଁ, ଶ୍ରଦ୍ଧା କପୁର ପରି ଜଣାଶୁଣା ଅଭିନେତ୍ରୀ ଏଵଂ ଡିଜାଇନର ସିମୋନ୍‍ ଖମ୍ବାଟାଙ୍କୁ ହାଜରହେବା ପାଇଁ ସମନ୍‍ ଜାରି କରିଛି।

ଏପରି ସମୟରେ ଏକ ଚାଞ୍ଚଲ୍ୟକର ବୟାନ୍‍ ଦେଇଛନ୍ତି ବଲିଉଡ୍‍ ଅଭିନେତ୍ରୀ ସେର୍ଲିନ୍‍ ଚୋପ୍ରା। ଏକ ଗଣମାଧ୍ୟମକୁ ସେର୍ଲିନ୍‍ କହିଛନ୍ତି, ଆଇପିଏଲ୍‍ ମ୍ୟାଚ୍‍ ପରେ ରାତିରେ ହେଉଥିବା ପାର୍ଟିରେ କୋକେନ୍‍ ପରି ଡ୍ରଗ୍‍ସ ସେବନ କରାଯାଏ। କଲକାତାରେ ଏକ ଆଇପିଏଲ୍‍ ମ୍ୟାଚ୍‍ ପରେ କ୍ରିକେଟରଙ୍କ ପତ୍ନୀ ଏବଂ ଫିଲ୍ମ କଳାକାର କୋକେନ୍‍ ସେବନ କରିବା ସେ ନିଜେ ଦେଖିଛନ୍ତି। ଏହାସହ ସେର୍ଲିନ୍‍ ଚୋପ୍ରା କହିଛନ୍ତି ଯେ ଯଦି ଏନ୍‍ସିବି ତାଙ୍କୁ ପଚରା ଉଚୁରା ପାଇଁ ସମନ୍‍ ଜାରିକରେ; ସେ ଏହା ବିଷୟରେ ସବିଶେଷ ତଥ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି।
ସେର୍ଲିନ୍‍ କହିଛନ୍ତି , କଲିକତାରେ ହୋଇଥିବା ଏକ ଆଇପିଏଲ୍‍ ମ୍ୟାଚ୍‍ ଦେଖିବାକୁ ମୋତେ ଆମନ୍ତ୍ରଣ କରା ଯାଇଥିଲା। ମୁଁ ମ୍ୟାଚ୍‍ ଦେଖିଥିଲି। ମ୍ୟାଚ୍‍ ପରେ ଏକ ପଞ୍ଚତାରକା ହୋଟେଲରେ ରାତିରେ ହୋଇଥିବା ପାର୍ଟିରେ ମଧ୍ୟ ଯୋଗ ଦେଇଥିଲି। ପାର୍ଟିରେ ବହୁ ଲୋକପ୍ରିୟ କ୍ରିକେଟର ଓ ସେମାନଙ୍କ ପତ୍ନୀଙ୍କ ସହ କିଛି ବଲିଉଡ୍‍ କଳାକାର ମଧ୍ୟ ଯୋଗ ଦେଇଥିଲେ। ଏହି ଚମତ୍କାର ପାର୍ଟିକୁ ଖୁବ୍‍ ଉପଭୋଗ କରିଥିଲି। ନୃତ୍ୟ କରି ଥକି ଯାଇଥିଲି। ପାର୍ଟି ପୂରା ଦମ୍‍ରେ ଚାଲିଥିଲା ।
ପରେ ମହିଳାଙ୍କ ଶୌଚାଳୟକୁ ଯାଇଥିଲି। ସେଠାରେ ଯାହା ଦେଖିଲି; ତାହା ମୋତେ ଅତ୍ୟନ୍ତ ଚକିତ କରିଥିଲା। ଉକ୍ତ ଶୌଚାଳୟରେ ତାରକା କ୍ରିକେଟରଙ୍କ ପତ୍ନୀ ଏବଂ କିଛି ବଲିଉଡ୍‍ ଅଭିନେତ୍ରୀ ନାକ ଦ୍ୱାରା କୋକେନ୍‍ ଶୋଷୁଥିଲେ। ସେମାନେ ମୋତେ ଦେଖି ହସି ଦେଇଥିଲେ ଏବଂ ମୁଁ ମଧ୍ୟ ହସିଥିଲି। ତୁରନ୍ତ ବାହାରକୁ ଚାଲିଆସିଲି। ପରେ ଜାଣିବାକୁ ପାଇଲି ଯେ ଆଇପିଏଲ୍‍ ମ୍ୟାଚ୍‍ ପରେ ଏପରି ଡ୍ରଗ୍‍ସ ପାର୍ଟି ଗୋଟିଏ ପରେ ଗୋଟିଏ ଚାଲିଥାଏ। ମୁଁ ନିଶ୍ଚିତ ଯେ ଯଦି ପୁରୁଷ ଶୌଚାଳୟକୁ ଯାଇଥାଆନ୍ତି; ସେଠାରେ ମଧ୍ୟ ତାରକାମାନଙ୍କୁ ଡ୍ରଗ୍‍ସ ସେବନ କରିବାର ଦେଖିଥାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା