୨୬ଦିନର ଶିଶୁ ନିକଟରେ ହାର ମାନିଲା କରୋନା

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ହାରିଲା କରୋନା ଜିିତିଲା ଶିଶୁ । ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଭାଲୁକୋନା ଗାଁର ଏକ ୨୬ଦିନର ଶିଶୁ କରୋନାକୁ ହରାଇବାରେ ସଫଳ ହୋଇଛି । ତେବେ ଏପ୍ରିଲ ୧୭ ତାରିଖରେ ୟାଦରାମ ରାଉତ ଓ ସୀମା ରାଉତଙ୍କ ପୁତ୍ର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ମାତ୍ର ୩୩ସପ୍ତାହରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଜନ୍ମ ବେଳେ ଶିଶୁଟିର ଓଜନ ୧୭୩୫ଗ୍ରାମ ହୋଇଥିଲା । ଆବଶ୍ୟକ ସମୟ ପୂର୍ବରୁ ଓ କମ ଓଜନ ବିଶିଷ୍ଟ ହୋଇଥିବାରୁ ଶିଶୁଟିକୁ ସ୍ୱତନ୍ତ୍ର ନବଯାତକ ଯତ୍ନ କେନ୍ଦ୍ରରେ ରଖି ଚିକିତ୍ସା କରାଯାଇଥିଲା ।

ଏପ୍ରିଲ ୨୪ରେ ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ ଯାଇଥିଲା ଶିଶୁ ପୁତ୍ରଟି । ଶିଶୁଟି ପୁଣି ଅସୁସ୍ଥ ହେବା କାରଣରୁ ଘରଲୋକ ୧୨ ତାରିଖ ଦିନ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ । କରୋନା ଟେଷ୍ଟ ପରେ ଶିଶୁଟି ପଜିଟିଭ ଥିବା ଜଣାପଡ଼ିଥିଲା । ତାକୁ ଶିଶୁ ୱାର୍ଡ଼ର ଆଇସିୟୁ ଭିତରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ମାନଙ୍କ ଉପଯୁକ୍ତ ଚିକିତ୍ସାରେ ଏବେ ଶିଶୁଟି କରୋନାକୁ ମାତ ଦେଇଛି । ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ଜଣା ପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!