Masthead

୨୬ଦିନର ଶିଶୁ ନିକଟରେ ହାର ମାନିଲା କରୋନା

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ହାରିଲା କରୋନା ଜିିତିଲା ଶିଶୁ । ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଭାଲୁକୋନା ଗାଁର ଏକ ୨୬ଦିନର ଶିଶୁ କରୋନାକୁ ହରାଇବାରେ ସଫଳ ହୋଇଛି । ତେବେ ଏପ୍ରିଲ ୧୭ ତାରିଖରେ ୟାଦରାମ ରାଉତ ଓ ସୀମା ରାଉତଙ୍କ ପୁତ୍ର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ମାତ୍ର ୩୩ସପ୍ତାହରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଜନ୍ମ ବେଳେ ଶିଶୁଟିର ଓଜନ ୧୭୩୫ଗ୍ରାମ ହୋଇଥିଲା । ଆବଶ୍ୟକ ସମୟ ପୂର୍ବରୁ ଓ କମ ଓଜନ ବିଶିଷ୍ଟ ହୋଇଥିବାରୁ ଶିଶୁଟିକୁ ସ୍ୱତନ୍ତ୍ର ନବଯାତକ ଯତ୍ନ କେନ୍ଦ୍ରରେ ରଖି ଚିକିତ୍ସା କରାଯାଇଥିଲା ।

ଏପ୍ରିଲ ୨୪ରେ ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ ଯାଇଥିଲା ଶିଶୁ ପୁତ୍ରଟି । ଶିଶୁଟି ପୁଣି ଅସୁସ୍ଥ ହେବା କାରଣରୁ ଘରଲୋକ ୧୨ ତାରିଖ ଦିନ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ । କରୋନା ଟେଷ୍ଟ ପରେ ଶିଶୁଟି ପଜିଟିଭ ଥିବା ଜଣାପଡ଼ିଥିଲା । ତାକୁ ଶିଶୁ ୱାର୍ଡ଼ର ଆଇସିୟୁ ଭିତରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ମାନଙ୍କ ଉପଯୁକ୍ତ ଚିକିତ୍ସାରେ ଏବେ ଶିଶୁଟି କରୋନାକୁ ମାତ ଦେଇଛି । ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ଜଣା ପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା