Masthead

ପାଠ ଇଂଜିନିୟର,ପେଶା ଡ୍ରଗସ୍ ଡିଲର !

ବଡ଼ ଖବରବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ବ୍ରାଉନସୁଗାର ଓ ନିଶା କାରବାର ବଢ଼ି ଚାଲିଛି। ଧଳା ଜହରର କଳା ସାମ୍ରାଜ୍ୟକୁ ଧ୍ୱଂସ କରିବା ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମିଳାଇଛନ୍ତି ହାତ। ଏସ୍‌ଟିଏଫ୍‌ର ଚିଠି ପରେ ଏବେ ବ୍ରାଉନସୁଗାର ଡିଲରଙ୍କ ଆର୍ଥିକ କାରବାରର ଖୋଳତାଡ଼ କରିବ ଇଡି। ପ୍ରଥମେ ବ୍ରାଉନସୁଗାର ଡିଲର ବାଲେଶ୍ୱରର ଲୋକନାଥ ବେହେରା ଓ ପ୍ରଦୀପ କୁମାର ଦାଶଙ୍କ ଆର୍ଥିକ କାରବାର ଓ ବେଆଇନ ସମ୍ପତ୍ତି ଯାଞ୍ଚ କରିବ। ପରେ ରାଜ୍ୟର ଅନ୍ୟ ବ୍ରାଉନସୁଗାର ଡିଲର ଓ ବ୍ୟବସାୟୀଙ୍କୁ ତଦନ୍ତ ପରିସରଭୁକ୍ତ କରିବ ଇଡି। ସୂଚନାଯୋଗ୍ୟ,ମାର୍ଚ୍ଚ ୧୯ରେ ଏସ୍‌ଟିଏଫ୍‌ ୨ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଥିଲା। ସେମାନେ ହେଲେ ନୀଳଗିରି ଥାନା ମିତ୍ରପୁରର ପ୍ରଦୀପ କୁମାର ଦାଶ ଓ ନୀଳଗିରି କଲ୍ୟାଣୀ ଅଞ୍ଚଳର ଲୋକନାଥ ବେହେରା। ସେମାନଙ୍କ ନିକଟରୁ ଏସ୍‌ଟିଏଫ ୨କେଜି ୭୨୯ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିଥିଲା। ଏହାର ବଜାର ମୂଲ୍ୟ ୨କୋଟି ୭୦ ହଜାର ଟଙ୍କା। ପ୍ରଦୀପ ଚାନ୍ଦିପୁରରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ ବିଟେକ ତୃତୀୟ ବର୍ଷରେ ପାଠ ପଢୁଥିଲେ। ପ୍ରଦୀପଙ୍କ ସହ ଲୋକନାଥ କାନ୍ଧରେ ଲାପଟପ ବ୍ୟାଗ୍‌ ପକାଇ ଯାଉଥିଲେ। କିନ୍ତୁ ବ୍ୟାଗ୍‌ ଭିତରେ ଲାପଟପ ତଳେ ଧଳା ଜହର ରଖି ବ୍ୟବସାୟ କରୁଥିଲେ। ଏସ୍‌ଟିଏଫ୍‌ ଅଧିକାରୀମାନେ ତଦନ୍ତ ସମୟରେ ସେମାନଙ୍କ ଆର୍ଥିକ କାରବାର ଓ ସମ୍ପତ୍ତି ସମ୍ପର୍କରେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଲୋକନାଥ ଜଣେ ବ୍ରାଉନସୁଗାର ଡିଲର ହୋଇଥିବାବେଳେ ସେ ପ୍ରାୟ ସମୟରେ ବାଂଲାଦେଶରୁ ତାହାକୁ ଆଣି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ବେପାରୀଙ୍କୁ ଯୋଗାଇଥାନ୍ତି। ଲୋକନାଥଙ୍କ ଆକାଉଣ୍ଟକୁ ଅନ୍ୟ ଦେଶ ଓ ରାଜ୍ୟରୁ ବିପୁଳ ଟଙ୍କା କାରବାର ହୋଇଛି। ଏହାସହ ଲୋକନାଥ ବ୍ରାଉନସୁଗାର ବ୍ୟବସାୟରୁ ରାଜମହଲ ଭଳି ଘର, ଦାମୀ ଗାଡି, ଏକାଧିକ ବ୍ୟବସାୟ ପ୍ରତିଷ୍ଠାନ କରିଥିବାବେଳେ ଜମି ଓ ଅନ୍ୟାନ୍ୟ ସମ୍ପତ୍ତି କରିଥିବା ତଦନ୍ତବେଳେ ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। ସେହିଭଳି ପ୍ରଦୀପ ମଧ୍ୟ ଇଞ୍ଜିନିୟରିଂ ପଢ଼ୁଥିଲେ ମଧ୍ୟ ବିପୁଳ ସମ୍ପତ୍ତି କରିଥିବା ଜଣାପଡିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ