Before Header

ରାଜ୍ୟରେ ୮ହଜାର ୭୩୫ ପଜିଟିଭ ଚିହ୍ନଟ

0 37

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮,୭୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୮୯୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି ୩୮୪୩ । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୪୫୬ଜଣ, ବାଲେଶ୍ୱରରୁ ୫୬୬ଜଣ, ବରଗଡ଼ରୁ ୧୯୩ ଜଣ, ଭଦ୍ରକରୁ ୧୪୭ଜଣ, ବଲାଙ୍ଗୀରରୁ ୪୯ ଜଣ, ବୌଦ୍ଧରୁ ୧୩୭ଜଣ, କଟକରୁ ୬୭୩ଜଣ, ଦେବଗଡ଼ରୁ ୬୩ ଜଣ, ଢେଙ୍କାନାଳରୁ ୫୦୩ଜଣ, ଗଜପତିରୁ ୮୦ ଜଣ, ଗଞ୍ଜାମରୁ ୧୪୬ ଜଣ, ଜଗତସିଂହପୁରରୁ ୩୮୨ ଜଣ, ଯାଜପୁରରୁ ୫୦୭ ଜଣ, ଝାରସୁଗୁଡ଼ାରୁ ୧୫୭ ଜଣ, କଳାହାଣ୍ଡିରୁ ୧୭୭ ଜଣ ।

କନ୍ଧମାଳରୁ ୬୫ ଜଣ, କେନ୍ଦ୍ରାପଡ଼ାରୁ ୩୮୭ଜଣ, କେଉଁଝରରୁ ୧୭୯ଜଣ, ଖୋର୍ଦ୍ଧାରୁ ୧୨୨୨ ଜଣ, କୋରାପୁଟରୁ ୨୫୫ ଜଣ, ମାଲକାନଗିରିରୁ ୯୬ଜଣ, ମୟୁରଭଞ୍ଜରୁ ୩୪୨ ଜଣ, ନବରଙ୍ଗପୁରରୁ ୨୬୪ ଜଣ, ନୟାଗଡ଼ରୁ ୨୮୫ଜଣ, ନୂଆପଡ଼ାରୁ ୪୦ ଜଣ, ପୁରୀରୁ ୪୬୭ ଜଣ, ରାୟଗଡ଼ାରୁ ୯୦ ଜଣ, ସମ୍ୱଲପୁରରୁ ୧୭୭ଜଣ, ସୋନପୁରରୁ ୧୫୬, ସୁନ୍ଦରଗଡ଼ରୁ ୨୪୪ ଓ ଷ୍ଟେଟ ପୁଲରୁ ୨୨୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭,୭୩, ୭୩୨ରେ ପହଞ୍ଚିଛି । ସେହିପରି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୬,୮୦,୯୩୨ । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୮୯, ୯୫୬ ।

Leave A Reply

Your email address will not be published.